Latest Odisha News

BREAKING NEWS

କରୋନା ଟୀକା ଯୋଗୁ ସ୍ୱାମୀ ସ୍ତ୍ରୀ ମତାନ୍ତର, ସ୍ତ୍ରୀ ମୃତ

କେନ୍ଦୁଝର: କରୋନା ଟୀକା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ସ୍ତ୍ରୀ ର ଆତ୍ମହତ୍ୟା । କରୋନା ଟୀକା ପାଇଁ ଆତ୍ମହତ୍ୟା ପରି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ଅଧୀନ ସରୁଆଳି ଗାଁରେ । ଗାଁରେ ଆଜି କରୋନା ଟୀକା କରଣ କାର୍ଯ୍ୟକ୍ରମ ରହିଥିଲା, ଗାଁର କିଶୋର ଖିଲାରଙ୍କ ସ୍ତ୍ରୀ କୁମୁଦିନୀ ଖିଲାରଙ୍କ ଦ୍ୱିତୀୟ ଡୋଜ ଟୀକା ନେବାର ଆଜି ସମୟ ରହିଥିଲା ।

ତେବେ ପ୍ରଥମ ଡୋଜ ଟୀକା ନେବା ପରେ କୁମୁଦିନିଙ୍କୁ ଜ୍ୱର ହୋଇଥିଲା, ଏହି ଭୟରେ ସେ ଟୀକା ନେବାକୁ ଅମଙ୍ଗ ଥିଲେ, ଯାହାକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ  କୁମୁଦିନୀ ରୋଷେଇ ଘରେ ନିଜ ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଥିଲେ । କୁମୁଦିନୀଙ୍କୁ ମୁମୁର୍ଷୁ ଅବସ୍ଥାରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଶବକୁ ଜବଦ କରିବା ସହିତ ତଦନ୍ତ ଆରମ୍ଭ କରିଛି. ।

Leave A Reply

Your email address will not be published.