Latest Odisha News

BREAKING NEWS

[ଭିଡିଓ] ମଣିଷଙ୍କୁ ମାତ୍ ଦେଇ କୁକୁର ଖେଳୁଛି ଚମତ୍କାର ବିଲିୟର୍ଡସ୍ !

ଭୁବନେଶ୍ୱର: ଫୁଟବଲ୍ କିମ୍ବା ସ୍ୱିମିଂ ପୁଲ୍‌ରେ ପୋଷା କୁକୁରଙ୍କୁ ଖେଳିବାରେ ତ ଆମେ ଅନେକ ଦେଖିଛନ୍ତି । ହେଲେ କେହି କେବେ କୁକୁରଙ୍କୁ ବିଲିୟର୍ଡସ ଖେଳିବାରେ ଦେଖଛନ୍ତି କି? ଆଉ ତା ପୁଣି ମଣିଷଙ୍କଠାରୁ ଢେର ଭଲ । ଯଦି ଆପଣଙ୍କ ଉତ୍ତର ନା ? ତା ହେଲେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ପୋଷା କୁକୁରଟି ବେଶ ଭଲ ଭାବେ ବିଲିୟର୍ଡସ୍ ଖେଳିବାରେ ଦେଖାଯାଇପାରେ । ୫୯ ସେକେଣ୍ଡର ଏହି ଭିଡିଓରେ କୁକୁରଟି ଧଳା ବଲକୁ (କ୍ୟୁ) କେବଳ ଧକ୍କା ମାରି ଅନ୍ୟ ବଲଗୁଡିକୁ ବେଶ ସହଜରେ ପକେଟ୍‌ରେ ପକାଇପାରୁଛି । ତେବେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନିର୍ଭୁଲ ଭାବେ ବେଶ ଜଟିଳ ତରିକାରେ କୁକୁରଟି ପକେଟ୍‌ରେ ବଲ ପକାଇବାରେ ସକ୍ଷମ ହୋଇଛି ।

Leave A Reply

Your email address will not be published.