Latest Odisha News

[ଭିଡିଓ] ବ୍ୟାଙ୍କ ଏଟିଏମ୍‌ରେ ମିଳୁଛି ଫଳରସ !

ମହାରାଷ୍ଟ୍ର: ଏଥର ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଗଲେ ମିଳିବ ତାଜା ଫଳରସ । ଏଟିଏମ୍‌ରେ ଲାଗିଥିବା ଏୟାର କଣ୍ଡିସନ୍‌ର ମଜା ନେଇ ଚୌକିରେ ବସି ପିଇପାରିବେ ଫଳରସ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୌଣସି ସରକାରୀ ଯୋଜନା ଅଧିନରେ ଏହି ସୁବିଧା ଉପଲବ୍‌ଧ ହୋଇନି । ବରଂ ମହାରାଷ୍ଟ୍ରର ଜଣେ ଫଳରସ୍ ଦୋକାନୀ ଏଭଳି କାରନାମା କରିଦେଖାଇଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି ଅମରାବତୀ ସହରରୁ ଆସିଛି । ଯେଉଁଠି ଏସ୍‌ବିଆଇ ବ୍ୟାଙ୍କ ଏଟିଏମ୍‌ରେ ଖୋଲା ହୋଇଛି ଫଳରସ ଦୋକାନ । ପ୍ରଥମେ ମୋବାଇଲକୁ ମୋବାଇଲ ଘରିବୁଲିବା ପରେ ଏହି ଭିଡିଓଟି ସୋସିଆଲ୍ ମିଡିଆକୁ ଆସିବା ପରେ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ ଯେ, କିପରି ଏଟିଏମ୍‌କୁ ଜଣେ ବ୍ୟକ୍ତି ଫଳରସ ଦୋକାନରେ ପରିବର୍ତ୍ତନ କରିଛନ୍ତି । ଏପରିକି ଗ୍ରାହକଙ୍କ ସୁବିଧା ପାଇଁ ଏଟିଏମ୍ ମେସିନକୁ ପାଖେଇ ଚୌକି ବି ପକାଇଛନ୍ତି । ସଂପୃକ୍ତ ଦୋକାନୀଙ୍କର ପରିଚୟ ମିଳିନଥିଲେ ବି ସରକାରୀ ତଥା ବ୍ୟାଙ୍କ ନିୟମକୁ ଫୁ କରି ଫଳରସ ଦୋକାନ ଖୋଲିବା ଭଳି ଘଟଣା ସାରା ଦେଶରେ ଚର୍ଚ୍ଚା ସାଉଣ୍ଟିଛି ।

Leave A Reply

Your email address will not be published.