Latest Odisha News

BREAKING NEWS

ମଗେଇଥିଲେ ଫ୍ରାଏଡ୍‌ ଚିକେନ୍‌ ଆସିଲା ଫ୍ରାଏଡ୍‌ ଟାୱେଲ୍‌

ନୂଆଦିଲ୍ଲୀ: ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ଏବେ ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏହାର ଚାହିଦା କରୋନା ଲକ୍‌ଡାଉନ୍‌ ସମୟରେ ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ବେଶି ପସନ୍ଦ କରୁଛନ୍ତି। ଏହି ପ୍ରକ୍ରିୟାକୁ ଲୋକେ ବେଶି ସୁରକ୍ଷିତ ମଧ୍ୟ ମଣୁଛନ୍ତି।

ତେବେ ଖାଦ୍ୟ ସାମଗ୍ରୀ ହେଉ ବା ଅନ୍ୟ କିଛି, ଗୋଟେ ଅର୍ଡର କରିବା ଏବଂ ଭିନ୍ନ ଏକ ସାମଗ୍ରୀ ଆସିବା ଘଟଣା ଏବେ ସାଧାରଣ ହୋଇଗଲାଣି।

ସେହିଭଳି ଫିଲିପାଇନ୍ସର ଜଣେ ମହିଳା ଅନ୍‌ଲାଇନ୍‌ରେ ଫ୍ରାଏଡ୍‌ ଚିକେନ୍‌ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ଅର୍ଡର ଆସି ଘରେ ପହଞ୍ଚିଲା ତାକୁ ଦେଖିବା ପରେ ମହିଳା ଜଣକ ସ୍ତବ୍ଧ ହୋଇଯାଇଥିଲେ। ଫ୍ରାଏଡ୍‌ ଚିକେନ୍‌ ବଦଳରେ ଆସିଥିଲା ଫ୍ରାଏଡ୍‌ ଟାୱେଲ୍‌।

ମହିଳା ଜଣକ କହିଛନ୍ତି ଯେ ସେ ଲୋକପ୍ରିୟ ଫାଷ୍ଟଫୁଡ୍‌ ଦୋକାନରୁ ପୁଅ ପାଇଁ ଫ୍ରାଏଡ୍‌ ଚିକେନ୍‌ ଅର୍ଡର କରିଥିଲେ। ପାର୍ସଲ ଘରେ ପହଞ୍ଚିବା ପରେ ଯେତେବେଳେ ତାଙ୍କ ପୁଅ ଗୋଟିଏ ଚିକେନ୍‌ ଖଣ୍ଡରୁ ଟିକିଏ ବାହାର କରିବାକୁ ଚେଷ୍ଟା କଲା ହେଲେ ସେଥିରେ ସେ ବିଫଳ ହୋଇଥିଲା। ସେ ଖଣ୍ଡଟିକୁ ନିଜ ହାତରେ ଟାଣିବା ପରେ ସେ ସମ୍ପୂର୍ଣ୍ଣ ଚକିତ ହୋଇଗଲା। ତାହା ଫ୍ରାଏଡ୍‌ ଚି‌କେନ୍‌ ନଥିଲା ବରଂ ଥିଲା ଫ୍ରାଏଡ୍‌ ଟାୱେଲ୍‌।

Comments are closed.