ଗୁଜରାଟ: ଧାର୍ମିକ ରାସ୍ତା ଆପଣେଇବା ପାଇଁ କିଛିଦିନ ପୂର୍ବରୁ ବଲିଉଡ ଛାଡିଥିଲେ ଅଭିନେତ୍ରୀ ସନା ଖାନ । ଏପରିକି ନିଜ ପ୍ରେମିକ ବିରୋଧରେ ବି ଆଣିଥିଲେ ସଙ୍ଗୀନ ଅଭିଯୋଗ । ଶେଷରେ ଗୁଜରାଟର ସୁରଟରେ ଏହି ଅଭିନେତ୍ରୀ ଜଣେ ମୌଲାନାଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି ।
ଗତକାଲି ରାତିରେ ମୌଲାନା ମୁଫ୍ତି ଆନୁସଙ୍କୁ ସେ ବିବାହ କରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ବିଗ୍ବସ୍ ଓ ଅନେକ ଫିଲ୍ମରେ ନଜର ଆସିଥିବା ସନା ଖାନ ଏହି ଭିଡିଓରେ ହିଜାବ ପିନ୍ଧି, କେକ୍ କାଟି ନିଜ ସ୍ୱାମୀଙ୍କୁ ଖୁଆଇବାରେ ଦେଖିବାକୁ ମିଳିଛି ।
View this post on Instagram
ଏହି ବିବାହ ପୂର୍ବରୁ ସନା ଖାନ କୋରିଓଗ୍ରାଫର୍ ମେଲଭିନ୍ ଲୁଇସଙ୍କ ପ୍ରେମରେ ପଡିଥିଲେ । ହେଲେ ଚଳିତବର୍ଷ ଫେବ୍ରୁଆରୀ ମାସରେ ମେଲଭିନ୍ଙ୍କଠାରୁ ଅଲଗା ହୋଇ ତାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥଲେ । ପରେପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡି ଧାର୍ମିକ ରାସ୍ତା ଆପଣେଇବା ନେଇ ସୋସିଆଲ ମିଡିଆରେ ଘୋଷଣା ବି କରିଥିଲେ ।
View this post on Instagram
ଅଭିନେତ୍ରୀ ସନା ଖାନ ବିଗବସ, ଫିଅର ଫାକ୍ଟର ଭଳି ରିୟାଲିଟି ସୋ’ ସମେତ ସଲମାନଙ୍କ ସହ ଫିଲ୍ମ ଜୟ ହୋରେ ନଜର ଆସିଥିଲେ । ସେହିଭଳି ମଲୟାଲମ, ତାମିଲ, ତେଲୁଗୁ ଓ ଅନେକ କନ୍ନଡ ଫିଲ୍ମରେ ବି ସେ ଅଭିନୟ କରିଥିଲେ ।
Comments are closed.