Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ୍‌; ୪ଜଣଙ୍କୁ ଖଟରେ ବାନ୍ଧି ନିସ୍ତୁକ ମାଡ !

ଭୁବନେଶ୍ୱର: ହଜିଯାଇଛି ମାନବିକତା । ଦୋଷ ଯାହା ବି ହେଉନା କାହିଁକି । ଖଟରେ ଯୁବକ ଓ ଯୁବତୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା କେଉଁଠିକାର ନ୍ୟାୟ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓଟି ଓଡିଶାର ହୋଇଥିଲେ ହେଁ କେଉଁ ଅଂଚଳର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ଜତିନ ବିଶ୍ୱାଳ ନାମକ ଜୁନାଗଡର ଜଣେ ବ୍ୟକ୍ତି ପ୍ରଥମେ ଏହି ଭିଡିଓକୁ ଫେସବୁକରେ ଅପଲୋଡ୍ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

୪ ଜଣଙ୍କୁ କିଛି ବ୍ୟକ୍ତି ନିର୍ଘାତିଆ ମାଡ ମାରୁଥିଲାବେଳେ ସେମାନେ ପ୍ରତିବାଦ ବି କରିପାରୁନାହାନ୍ତି । ଏଠି ପ୍ରଶ୍ନ ଉଠୁଛି ଏହି ଯୁବକ ଓ ଯୁବତୀମାନେ କିଏ ? ସେମାନେ ଏପରି କି ଦୋଷ କରିଛନ୍ତି ? ଯାହାକୁ ନେଇ ଏମାନଙ୍କ ଉପରେ ହୋଇଛିି ଲୋମଟାଙ୍କୁରା ଅତ୍ୟାଚାର ।

ମାଡପିଟରେ ସଂପୃକ୍ତ ବ୍ୟକ୍ତିମାନେ ସୁନ୍ଦରଗଡ ଭାଷାରେ କଥା ହେଉଥିବା ଜଣାପଡିଛି । ଖାସ କରି କଳାହାଣ୍ଡି ଓ ସୁନ୍ଦରଗଡରେ ଏହି ଭିଡିଓ ସବୁଠୁ ଅଧିକ ଭାଇରାଲ ହୋଇଥିବାରୁ ଅନୁମାନ କରାଯାଉଛି ସେହି ଅଂଚଳରେ ଘଟିଛି ଏଭଳି ଘଟଣା ।

ଏହି ଭାଇରାଲ ଭିଡିଓକୁ ନେଇ ପୋଲିସ ପ୍ରଶାସନ କିଭଳ ପ୍ରତିକ୍ରିୟା ରଖିଛି ତାହା ଜଣାପଡିନଥିଲାବେଳେ ୪ ଜଣଙ୍କୁ ମାଡ ମାରୁଥିବା ବ୍ୟକ୍ତିମାନେନିଶାଶକ୍ତ ଅବସ୍ଥାରେ ଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.