Latest Odisha News

BREAKING NEWS

ବଦଳିଲା କଟକର ୪ଟି ପରିବା ହାଟର ସ୍ଥାନ

କଟକ: କରୋନା ମୁକାବିଲା ପାଇଁ କଟକ ସହରର ୪ଟି ପରିବା ହାଟକୁ ସ୍ଥାନନ୍ତର କରିଛି କଶିନରେଟ ପୋଲିସ । ନୟାସଡକରେ ବସୁଥିବା ପରିବା ମାର୍କେଟକୁ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍‌କୁ ସ୍ଥାନାନ୍ତର ହୋଇଛି।
ନୂଆବଜାର ପରିବା ମାର୍କେଟ ଞଙଚ ନିକଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି । ସେହିପରି ଛତ୍ରବଜାର ପରିବା ମାର୍କେଟ ଖାନନଗର ନିକଟ ୨ଟି ଖୋଲା ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ତେବେ ଛତ୍ରବଜାରର ଅନ୍ୟ ସମସ୍ତ ଦୋକାନ ଯେଉଁଠି ଅଛି ସେଇଠି ଖୋଲା ରହିବ। ଏହାବ୍ୟତୀତ ଅନ୍ୟ ପରିବା ଦୋକାନୀମାନେ ନିକଟସ୍ଥ ପଡ଼ିଆରେ ବସିବେ। ବାଲୁବଜାରର ଦୋକାନୀ ୧୨ ଫୁଟ ବ୍ୟବଧାନରେ ବସିବେ ।

Leave A Reply

Your email address will not be published.