ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୦ ତାରିଖରୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅôଡ଼କାରୀ । ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତାକାଲି ଠାରୁ ସମସ୍ତ ‘ଏ’ ଗ୍ରେଡ୍ ଅଧିକାରୀ ଅଫିସ ଆସିବେ । ସେହିପରି ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍ ଆସିବେ।
କେବଳ ୯ଟି ଜିଲାରେ ଗ୍ରୁପ୍ ‘ବି’, ‘ସି’, ‘ଡି’ରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ୟ୍ୟ କରିବେ। ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢ଼େଙ୍କାନାଳ, ଏବଂ ଯାଜପୁର। ଏନେଇ ରାଜସ୍ବ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ବିଭାଗର ସମସ୍ତ କର୍ମଚାରୀ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପଟେ କାଲିଠାରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ରେଜିଷ୍ଟାର ଅଫିସ ଚାଲୁ ରହିବ । ସେହିପରି ନିର୍ମାଣ କାର୍ଯ୍ୟାଳୟ ପାଇଁ ବାଲି ଘାଟ, କ୍ରସର ୟୁନିଟ୍ ଓ ପଥର ଖଣିରେ ବି କାମ ଚାଲିବ ।
BREAKING NEWS
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…

Comments are closed.