Latest Odisha News

BREAKING NEWS

କାଉ ଡାକୁଛି ବାପା, ମା’, ଭିଡିଓ ଭାଇରାଲ, ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ବାଇ: ମହାରାଷ୍ଟ୍ର ପାଲଘରରେ ଏକ କାଉର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କାଉଟି ମଣିଷର ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିରେ କାଉଟି ବାରମ୍ବାର ଏବଂ ସ୍ପଷ୍ଟତାର ସହ ‘ବାପା ବାପା’ ଡାକୁଥିବା ଦେଖିବାକୁ ମିଳିଛି । ବର୍ତ୍ତ କାଉଟିକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା । ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରୁଛି ଏହି ବାପା ଡାକୁଥିବା କାଉଟି । ତେବେ ଏହି ଅସାଧାରଣ କାଉ ପଛର କାହାଣୀ ମଧ୍ୟ ଖୁବ୍ ରୋଚକ ଜନକ ।

ଗତ ୩ବର୍ଷ ପୂର୍ବେ ତିନି ବର୍ଷ ପୂର୍ବେ, ୱାଡା ତାଲୁକାର ତନୁଜା ମୁକନେ ତାଙ୍କ ବଗିଚାରେ ପକ୍ଷୀଟିକୁ ଆହତ ଅବସ୍ଥାରେ ପାଇ ଉଦ୍ଧାର କରିଥିଲେ। ଏହା ସୁସ୍ଥ ହେବା ପର୍ଯ୍ୟନ୍ତ ସେମାନେ ତା’ର ଯତ୍ନ ନେଲେ । କିନ୍ତୁ ଧିରେ ଧିରେ ସେମାନେ ଆଶ୍ଚର୍ଯ୍ୟର ସହ ଜାଣିବାକୁ ପାଇଲେ ଯେ କାଉଟି ଧୀରେ ଧୀରେ ମଣିଷଙ୍କ ପରି ଭାଷା ନକଲ କରିବାରେ ଲାଗିଲା । ଏବେ କାଉଟି ପ୍ରାୟତଃ ‘ମମି’, ‘ବାପା’ ଏବଂ ‘କାକା’ ଭଳି ଶବ୍ଦ କହୁଥିବା ଶୁଣାଯାଉଛି। ଏବେ ପ୍ରଶ୍ଵ ଉଠୁଛି ଯେ, ଯେଉଁଠି ଜଣେ ମଣିଷ କଥା କହିବାକୁ ଏତେ ସମୟ ନେଇଥାଏ ସେହି ସ୍ଥାନରେ ଜଣେ କାଉ ଏତେ କମ୍ ସମୟରେ କିପରି ମଣିଷଙ୍କ ପରି କଥା କହୁଛି । ତେବେ ସାଧାରଣତଃ ଆପଣମାନେ ଜାଣିଥିବେ ଯେ ଶୁଆ, ଶାରୀ ପରି କିଛି ପକ୍ଷୀ ମଣିଷଙ୍କ ପରି କଥା କହିଥାଏ । ଏଭଳିପରିସ୍ଥିତିରେ ଏକ କାଉ ମଣିଷଙ୍କ ପଡି ଡାକିବା ସମସ୍ତଙ୍କୁ ଚକିତ କରିଦେଇଛି ।

ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ବ୍ୟବହାରକାରୀ କହିଛନ୍ତି ଯେ, “ଏହି କାଉଟି IIT କୋଚିଂ ପାଇଁ ପ୍ରସ୍ତୁତ!” । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, “ମୁଁ କେବେ ଭାବି ନଥିଲି କାଉ ଏପରି କଥା କହିପାରିବ।” ସେହିପରି ଅନ୍ୟଜଣେ ଲେଖିଛନ୍ତି, ପକ୍ଷୀମାନଙ୍କୁ ଶବ୍ଦ ଅନୁକରଣ କରିବା ପାଇଁ ଏପରି ତାଲିମ ଦିଆଯାଇଛି । କାଉର ଏହି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଭାଇରାଲ ଭିଡିଓଟି ପୁଣି ଥରେ ପ୍ରମାଣ କରୁଛି ଯେ ପ୍ରକୃତିରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟେ । ଯେପରିକି ଏହି ଭିଡିଓ ପ୍ରାଣୀଙ୍କ ବୁଦ୍ଧିମତାକୁ ଅପ୍ରତ୍ୟାଶିତ ଉପାୟରେ ପ୍ରଦର୍ଶନ କରୁଛି।

 

 

Comments are closed.