Latest Odisha News

BREAKING NEWS

ସାମ୍ନାକୁ ଆସିଲା ମେହେନ୍ଦି କାର୍ଯ୍ୟକ୍ରମ ଝଲକ, ନଜର ପକାନ୍ତୁ ପରିଣୀତିଙ୍କ ହାତରେ ରାଘବଙ୍କ ନାମର ମେହେନ୍ଦି ଉପରେ

ଉଦୟପୁର: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ବାହାଘର । ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ । ଶନିବାର ଦିନ ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର । ପଞ୍ଜାବୀ ରୀତିନୀତି ଅନୁସାରେ ସେମାନଙ୍କ ବାହାଘର ହେବ ବୋଲି ଜଣାପଡିଛି। ଏନେଇ ଉଭୟଙ୍କ ପରିବାର ସଦସ୍ୟ ଓ ଅତିଥିମାନେ ଲିଲା ପ୍ୟାଲେସରେ ବି ପହଞ୍ଚି ସାରିଛନ୍ତି । ତେବେ ବିବାହ ପୂର୍ବରୁ ହାଇ ସିକ୍ୟୁରିଟି ସତ୍ତ୍ୱେ ଏବେ ସଙ୍ଗୀତ ସମୟର ଭିଡିଓ ଓ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୨୩ରେ ଲିଲା ପ୍ୟାସେରେ ଉଭୟଙ୍କର ଏହି ହଲଦୀ ସେରିମନିର ଆୟୋଜନ  କରାଯାଇଥିଲା । ଯାହାର ଫଟୋ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଥିଲା । ୨୩ ତାରିଖ ରାତିରେ ଉଭୟଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ପଂଜାବୀ ସିଙ୍ଗର ନବରାଜ ସିଂହଙ୍କୁ ସୁନ୍ଦର ପରଫର୍ମାନସ କରୁଥିବାର ଦେଖିବାକୁ ମିଳିଥିଲା । ସଙ୍ଗୀତର ତାଳେ ତାଳେ ସମସ୍ତେ ଖୁବ ଝୁମିଥିଲେ । ଲିଲି ପ୍ୟାଲେସରେ ରାତି ୮ଟା ୩୦ ମିନିଟରୁ ଆରମ୍ଭ ହେବ ରିସେପସନ । ଏଥିରେ ପରିବାର ପରିଜନ, ଅନେକ ଷ୍ଟାର ଏବଂ ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.