Latest Odisha News

BREAKING NEWS

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଉଦଘାଟନ କରିଥିଲେ । ଏହି ସମାରୋହରେ ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବରେଣ୍ୟ ଅତିଥି,ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ଓ ଯୋଗଦେଇଥିଲେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ରାଜ୍ୟ ସଂସ୍କୃତି ବିଭାଗ ବରପୁତ୍ରମାନଙ୍କ ଜୟନ୍ତୀ ପାଳନ ମାଧ୍ୟମରେ ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ ଉଦ୍‌ଘାଟନୀ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ଡ଼ିଆ ଜାତିକୁ ସାକ୍ଷର କରିବାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ଥିଲା ଅଗ୍ରସ୍ମରଣୀୟ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ୀଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ କପିଳେଶ୍ଵରପୁର ଶାସନ, ସାଧନା ପୀଠ ସାତଲହଡ଼ି ମଠ ଓ ଭୁବନେଶ୍ବରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ଆଲୋଚନା ମାଧ୍ୟମରେ ପାଳିତ ହୋଇଛି। ମୁଖ୍ୟ ଅତିଥୁ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଅତିବଡ଼ୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ନବ ଜାଗରଣ ଆଣିଥିଲେ, ଯାହା ଆଜିଯାଏ ଏ ଜାତିକୁ ସଂଜୀବିତ କରିରଖୁଛି । ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତିକୁ ସାକ୍ଷର କରିବାରେ ଜଗନ୍ନାଥ ଦାସଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ ଯେଉଁ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଉଛି, ତାର ସୂଚନା ଦେଇଥିଲେ । ଶ୍ରୀ ରାଉତରାଏ କହିଥିଲେ ଯେ ଅତବଡ଼ି ଙ୍କ ଭାଗବତ ଓଡ଼ିଆ ଜାତିର ବିବେକ ଳାଗ୍ରତ କରିଥିଲା। ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଏକାଡେମୀ ମୁଦ୍ରିତ ଭାଗବତ ଆଉ ଉପଲବ୍ଧ ନଥିବାରୁ ଏହାର ପୁନଃମୁଦ୍ରଣ ଓ ଭାଗବତ ଟୁଙ୍ଗୀର ଅଧିକ ପ୍ରସାର ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଜଗନ୍ନାଥ କୁଅଁରଙ୍କ ପରିଚାଳନା ଓ ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନାରେ ଏହି ସମାରୋହରେ ଶୁଚିସ୍ମିତା ମନ୍ତ୍ରୀଙ୍କ ପ୍ରାରମ୍ଭିକ ସୂଚନା ଓ ଅତିଥୁ ପରିଚୟ ପ୍ରଦାନ କରିଥିଲେ ଓ ବିଶିଷ୍ଟ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ ଓ ନିମାକାନ୍ତ ରାଉତରାୟ ଭାଗବତ ଆବୃଦ୍ଧି କରିଥିଲେ । ପରିଶେଷରେ ଉପ ସଭାପତି ଡକ୍ଟର ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସାରସ୍ଵତ ସଭାରେ ବହୁ ବରିଷ୍ଠ ଓ ତରୁଣ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.