Latest Odisha News

ମଧୁମେହ ରୋଗୀ ସେବନ କରିପାରିବେ ଏସବୁ ଫଳ

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ।

ସନ୍ତୁଳିତ ଆହାର ସେବନ କରିବା ସହ ମଧୁମେହ ରୋଗୀ କି କି ଫଳ ଖାଇପାରିବେ, ଜାଣନ୍ତୁ…

ସେଓ- ସେଓ ହେଉଛି ଅନ୍ୟ ଏକ ଫଳ,ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ୍ ରହିଥାଏ । ଯାହା ଶରୀରରୁ କୋଲେଷ୍ଟେ୍ରାଲର ମାତ୍ରାକୁ କମ କରିଥାଏ । ଏଥିସହିତ ସେଓ ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।। ଏଣୁ ଏହାକୁ ଚୋବାଇ ଖାଇବା ଭଲ।

ପିଜୁଳି- ପିଜୁଳି ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏଥିରେ ଭିଟାମିନ୍ ଏ ଓ ସି ରହିଥାଏ । ଆଉ ଏଥିରେ ସର୍କରାର ସ୍ତର ମଧ୍ୟ କମ୍ ରହିଥାଏ ।

ଡାଳିମ୍ବ- ଡାଳିମ୍ବ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଏକ ଉପକାରୀ ଫଳ ସଦୃଶ୍ୟ । ଏହା ସେବନ ଦ୍ୱାରା ଶରୀରରେ ବ୍ଲଡ ସୁଗାରର ସ୍ତରକୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ ।

ଜାମୁକୋଳି- ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ। ଜାମୁକୋଳିରେ ଅଳ୍ପ ପରିମାଣର ସୁଗାର ରହିଥିବା ବେଳେ ଏହା ବ୍ଲଡ ସୁଗାରର ସ୍ତରକୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.