Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ଅଟାରେ ଟଙ୍କା ଲୁଚେଇ ବାଣ୍ଟିଲେ ଆମିର ଖାନ୍ ?

ଭୁବନେଶ୍ୱର: ଚାରିଆଡେ ଚର୍ଚ୍ଚା । କରୋନା ମହାମାରୀ ସମୟରେ ଗରିବଙ୍କୁ ଅଟା ପ୍ୟାକେଟ୍‌ରେ ୧୫ହଜାର ଲେଖାଏଁ ଟଙ୍କା ବାଣ୍ଟିଲେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ।

ତେବେ ଏ କଥା ଆମେ କହୁନୁ ବରଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ପୋଷ୍ଟଗୁଡିକ ଦାବି କରିଛି । ଦାବି ଅନୁଯାୟୀ ଅଭିନେତା ଆମିର କୁଆଡେ ଟ୍ରକ୍ ଭର୍ତ୍ତି ଅଟା ପ୍ୟାକେଟ ବସ୍ତିବାସିନ୍ଦାଙ୍କ ନିକଟକୁ ପଠାଇଥିଲେ । ହେଲେ ସର୍ତ ଥିଲା ପ୍ରତ୍ୟେକଙ୍କୁ ମିଳିବ ମାତ୍ର ଗୋଟିଏ ପ୍ୟାକେଟ୍ ଅଟା ।

ଏହି ଖବରକୁ ନେଇ ଏକ ଭିଡିଓ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି କହିଥିଲେ ଲୋକେ ଅଟା ପ୍ୟାକେଟ ଧରି ଘରକୁ ଫେରିିବା ପରେ ସେଥିରେ ୧୫ହଜାର ଟଙ୍କା ଥିବା ଜାଣିପାରିଥିଲେ । ଭିଡିଓର ଗୋଟିଏ ପାଶ୍ୱର୍ରେ ସେହି ବ୍ୟକ୍ତି ଅଟା ବାଣ୍ଟିବା କଥା କହୁଥିଲାବେଳେ ଅନ୍ୟ ପାଶ୍ୱର୍ରେ ଆମିର ଖାନଙ୍କ ଫଟୋ ବି ରହିଥିଲା ।

@quaziaziz####♬ original sound – @azeez300

ଚାହୁଁଚାହୁଁ ଭିଡିଓଟି ଭାଇରାଲ୍ ହୋଇଥିଲା । ତେବେ ଆରମ୍ଭରୁ ଏହି ଭିଡିଓ ଉପରେ ଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋରର୍ଟମ୍‌ର ନଜର । ସନ୍ଦେହ ହେବାରୁ ଆରମ୍ଭ ହୋଇଥିଲା ଛାନ୍‌ଭିନ୍ ।

ଘଟଣାର ସତ୍ୟତା ପରଖିବା ପାଇଁ ଆମକୁ ଅଧିକ ସମୟ ଲାଗିନଥିଲା । ଡୋନେସନ୍ ମାମଲାରେ ଅଧିକାଂଶ ସେଲିବ୍ରିଟି ଟୁଇଟ୍ ଜରିଆରେ ପ୍ରକାଶ କରିଥାନ୍ତି । ଏହି କାରଣରୁ ଆମେ ଆମିର ଖାନଙ୍କ ଟୁଇଟର୍ ଆକାଉଣ୍ଟରେ ଅଟା ବାଣ୍ଟିବା ସମ୍ବନ୍ଧୀୟ ଟୁଇଟ୍‌ର ସନ୍ଧାନରେ ଲାଗିପଡିଥିଲୁ । ହେଲେ ଆମିର ଏପରି ଖବରକୁ ଟୁଇଟ୍‌ରେ ସ୍ପଷ୍ଟ ଭାବେ ଖଣ୍ଡନ କରିଥିଲେ ।

ଆମିରଙ୍କ ତରଫରୁ ଖବରର ସତ୍ୟତା ନେଇ ସ୍ପଷ୍ଟ ହେବା ପରେ ଆମେ ଭିଡିଓର ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରିଥିଲୁ । ଭାଇରାଲ୍ ହୋଇଥିବା ଭିଡିଓକୁ ଜଣେ ଟିକ୍‌ଟୋକ୍ ୟୁଜର୍ @quaziaziz ଅପଲୋଡ କରିଥିଲେ । ଏହି ଭିଡିଓକୁ ଏଡିଟ୍ କରାଯାଇଥିଲାବେଳେ ମୂଳ ସ୍ରୋତକୁ ଆମେ ଖୋଜିବା ଆରମ୍ଭ କରିଥିଲୁ ।

ଶେଷରେ ସାମ୍ନାକୁ ଆସିଥିଲା @khansaheb028 ନାମକ ଜଣେ ଟିକ୍‌ଟୋକ ୟୁଜରର ଭିଡିଓ । ଏହି ଭିଡିଓରେ ସଂପୃକ୍ତ ବ୍ୟକ୍ତି ଜଣକ ଅଟା ପ୍ୟାକେଟରେ ୧୫ ହଜାର ଟଙ୍କା ସମ୍ଭନ୍ଧରେ କହିଥିଲେ ବି ଆମିର ଖାନଙ୍କ ନାଁ ଆଦୌ ଉଚ୍ଚାରଣ କରିନଥିଲେ ।

@khansaheb028##duet with @khansaheb028 ##bellaciao ##cookathome ##ChampiBeats ##duet ##fyp ##fy @sk_salim__ @black_diamond_457 @tiktok_india

♬ original sound – Crazy traveller

ଏହି ଭିଡିଓରେ ଆମିର ଖାନଙ୍କର କୌଣସି ଫଟୋ କିମ୍ବା ସଂପର୍କ ନଥିଲା । ବରଂ କିଛି ଲୋକେ ଏହି ଭିଡିଓକୁ ଅତିରଂଜିତ କରି ଭାଇରାଲ୍ କରିଥିଲେ ।

Leave A Reply

Your email address will not be published.