Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ମୃତ୍ୟୁକୁ ଆବରଣ କଲେ ଇଟାଲୀୟ ଡାକ୍ତର ଦମ୍ପତ୍ତି ?

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍‌ର ଆତଙ୍କରାଜ । ଏମିତି ସ୍ଥିତିରେ ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ସାବ୍ୟସ୍ତ ହେଉଛି । କିଛି ସତ ତ ଆଉ କିଛି ମିଥ୍ୟା ଗୁଜବ ଭାବେ ସୋସିଆଲ୍ ଚର୍ଚ୍ଚା ସାଉଣ୍ଟୁଛି ।

ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । କରୋନା ମହାମାରୀ ସହ ଏହି ଫଟୋର ବେଶ ଘନିଷ୍ଠ ସମ୍ପର୍କ ରହିଛି । ଖାସ୍ କରି ଏକ ଭାଇରାଲ୍ ମେସେଜ ପାଇଁ ଏହି ଫଟୋଟି ସମଗ୍ର ବିଶ୍ୱରେ ଭାଇରାଲ୍ ହୋଇଛି ।

ଏହି ଫଟୋର ମେସେଜ୍ ଅନୁଯାୟୀ…“ଦୁହେଁ ଇଟାଲୀୟ ନାଗରିକ, ସଂପର୍କରେ ସ୍ୱାମୀ ସ୍ତ୍ରୀ ଓ ପେଶାରେ ଡାକ୍ତର । ଦିନରାତି ଏକ କରି ୧୩୪ଜଣ କରୋନା ସଂକ୍ରମିତଙ୍କୁ ଆରୋଗ୍ୟ କରିଥିଲେ । ହେଲେ ୮ଦିନ ପରେ ଦୁହିଁଙ୍କୁ ମଧ୍ୟ ମାରାତ୍ମକ କୋଭିଡ୍‌-୧୯ ସଂକ୍ରମଣ ହୋଇଥିଲା । ମୃତ୍ୟୁ ସମୟ ପାଖେଇ ଆସୁଥିବା ଜାଣି ଦୁହେଁ ହସ୍ପିଟାଲ୍ ବାରଣ୍ଡାରେ ପରସ୍ପରକୁ ଶେଷଥର ପାଇଁ ପ୍ରେମ ଓ ଦୁଃଖଭରା ନଜରରେ ଦେଖିଥିଲେ । ବାସ୍‌..ଅଧା ଘଣ୍ଟା ପରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା” ।

ଘଟଣାଟି ପୂରା ଫିଲ୍ମି ଥିବାବେଳେ ଅନେକ ଲୋକ ଏହାକୁ ବିଶ୍ୱାସ କରି ସୋସିଆଲ୍ ମିଡିଆରେ ଅସଂଖ୍ୟ ପୋଷ୍ଟ ବି କରିଥିଲେ ।

ତେବେ ସତ କ’ଣ ଜାଣିବା ପାଇଁ ଦିନରାତି ଏକ କରିଥିଲା ଓଡିଶା ସମ୍ବାଦର ଭାଇରାଲ୍ ପୋଷ୍ଟମୋର୍ଟମ୍ ଟିମ୍ ।

ବହୁ ଛାନ୍‌ଭିନ୍ ପରେ ସାମ୍ନାକୁ ଆସିଥିଲା ଅସଲ କଥା । ନ୍ୟୁଜ ଏଜେନ୍ସି ଏସୋସିଏଟ୍ ପ୍ରେସ୍ ର ଇମେଜ୍ ୱେବସାଇଟ୍ କରିଥିଲା ସମସ୍ତ ମିଛର ପର୍ଦ୍ଦାଫାସ୍ । ଏହି ଫଟୋଟିକୁ ଏପି ର ଫଟୋଗ୍ରାଫର୍ ଏମିଲିଓ ମୋରେନ୍ନାଟି ୧୨ମାର୍ଚ୍ଚ, ୨୦୨୦ରେ କ୍ଲିକ୍ କରିଥିଲେ । ଏପରିକି ନିଜ ଟୁଇଟର୍ ଆକାଉଣ୍ଟରେ ପୋଷ୍ଟ ବି କରିଥିଲେ ।

ଏହି ଫଟୋର କ୍ୟାପ୍ସନ୍ କିଛି ଅଲଗା ଥିଲା…“୧୨ ମାର୍ଚ୍ଚ, ୨୦୨୦ – ୟୁରୋପରୁ ଆମେରିକା ଆସୁଥିବା ବିଦେଶୀଙ୍କ ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୩୦ ଦିନିଆ ଯାତାୟତ କଟକଣା । ଏହି ସମୟରେ ସ୍ପେନ୍‌ର ବାର୍ସିଲୋନା ଏୟାରପୋର୍ଟରେ ଏକ ଯୋଡି ପରସ୍ପରକୁ ଚୁମ୍ବନ୍ ଦେଉଛନ୍ତି”

ଫଟୋର ସତ୍ୟତା ତ ଜାଣିଲେ ଆଉ ପ୍ରମାଣ ବି ଦେଖିଲେ । ତାଜା ସ୍ଥିତିରେ କରୋନା ମହାମାରୀକୁ ନେଇ ଗୁଜବ ପ୍ରଚାର କରିବା ଅପେକ୍ଷା ଜଣେ ଦାୟୀତ୍ୱବାନ ନାଗରିକର ଭୂମିକା ତୁଲାନ୍ତୁ ।

Leave A Reply

Your email address will not be published.