Latest Odisha News

BREAKING NEWS

କରୋନା ଲକଡାଉନ : ଚାଲି ଚାଲି ଗାଁକୁ ଫେରିବା ବେଳେ ରାସ୍ତାରେ ବ୍ୟକ୍ତିଙ୍କ ମୃତ୍ୟୁ

ଆଗ୍ରା: ରାଜଧାନୀ ଦିଲ୍ଲୀରୁ ୨୦୦ କିମି ରାସ୍ତା ଅତିକ୍ରମ କରିଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଶନିବାର ସକାଳେ ମୃତ୍ୟୁ ହୋଇଛି । ରଣବୀର ସିଂହ ନାମକ ଏହି ବ୍ୟକ୍ତିଙ୍କ ପରିବାର ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାର ଏକ ଦୂର ଗାଁରେ ରହନ୍ତି । ତାଙ୍କୁ ଘରେ ପହଞ୍ଚିବାକୁ ଆଉ ୧୦୦ କିମି ଦୂର ରାସ୍ତା ଅତିକ୍ରମ କରିବାକୁ ଥିଲା ।

ରଣବୀର ଦିଲ୍ଲୀର ଏକ ରେସ୍ତୋରାଁରେ କାମ କରୁଥିଲେ । ରୋସ୍ତାରାଁ ବନ୍ଦ ହେବା ପରେ ରଣବୀର ଚାଲି ଚାଲି ନିଜ ଗାଁକୁ ଯିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଛି ।

ମିଳିଥିବା ସୂଚନା ମୁତାବକ, ରଣବୀର କିିଛି ଜଣଙ୍କ ସହ ଚାଲି ଚାଲି ଘରକୁ ଫେରୁଥିଲେ । ଶନିବାର ସକାଳେ ଆଗ୍ରାରେ ପହଞ୍ଚିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ସେଦିନ ସକାଳ ୬ଟା ୩୦ରେ ସିକନ୍ଦରା ଥାନା ଅଞ୍ଚଳରେ ରାସ୍ତାକଡରେ ତାଙ୍କ ମୃତ୍ୟୁ ହେଲା । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସିକନ୍ଦରା ଥାନା ଅଧିକାରୀ କହିଛନ୍ତି ।

ରଣବୀରଙ୍କ ସହ ଗାଁକୁ ଫେରୁଥିବା ବ୍ୟକ୍ତିଙ୍କ କହିବାନୁସାରେ, ଲକଡାଉନ ପାଇଁ ସେମାନେ ବେରୋଜଗାର ହୋଇଯାଇଥିଲେ । ଯେଉଁଥିପାଇଁ ସେମାନେ ଘରକୁ ଫେରିବା ପାଇଁ ବିଚାର କଲେ ।

Leave A Reply

Your email address will not be published.