Latest Odisha News

BREAKING NEWS

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ ‘୮୩’ ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି ମୁଭି ଏକ ଇତିହାସ ର ସ୍ୱର୍ଣ୍ଣିମ ଝଲକ । ଏହା ଏକ ଶାନଦାର ମୁଭି ବୋଲି ବିରାଟ କହିଛନ୍ତି ।

୧୯୮୩ ମସିହା ବିଶ୍ୱକପ ଉପରେ ମୁଭି ନିର୍ମାଣ କରାଯାଇଥିବା ବେଳେ ଫିଲ୍ମର କାହାଣୀ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ବୋଲି ବିରାଟ ଲେଖିଛନ୍ତି ।ଏହା ସହ ନିର୍ଦ୍ଦେଶକ କବୀର ଖାନଙ୍କୁ ମଧ୍ୟ ବିରାଟ ଢେର ସାରା ପ୍ରଶଂସା କରିଛନ୍ତି ।ଏହି ଫିଲ୍ମକୁ ଫ୍ୟାନ୍ସ ମାନେ ମଧ୍ୟ କାଫି ପସନ୍ଦ କରିଛନ୍ତି । ମୁଭିକୁ ଦେଖିବା ପାଇଁ ଥିଏଟରରେ ଲୋକଙ୍କ ଭିଡ ଜମୁଛି ।

Comments are closed.