Latest Odisha News

BREAKING NEWS

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି ।

ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ ପୋଷା କୁକୁର ଗେଟ ପାଖରେ ଛଡା ହୋଇ ଭୁକୁଥିବାର ଦେଖାଯାଇପାରେ । ହେଲେ କିଛି ସମୟରେ କୁକୁରଟି ଦୌଡି ପଳାଇବା ପରେ ଗୋଟିଏ ଚିତାବାଘ ଗେଟ୍ ଡେଇଁ ଭିତରକୁ ପଶିଥିଲା । ଆଉ ଏହା ପରେ ଚିତାବାଘଟି କୁକୁରକୁ କାମୁଡି ଧରି ଲମ୍ଫ ପ୍ରଦାନ କରିବାରେ ଦେଖାଯାଇପାରେ ।

ଏହି ଭିଡିଓଟିକୁ ମୂଳତଃ ଆଇଏଫଏସ୍ ଅଫିସର ପ୍ରବୀଣ କାସୱାନ୍ ଟୁଇଟରରେ ସେୟାର କରିଛନ୍ତି । ଭିଡିଓଟିକୁ ଭଲ ଭାବେ ଦେଖିଲେ, ଚିତାବାଘର ଶକ୍ତିକୁ ଆକଳନ କରାଯାଇପାରେ । ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଥିଲାବେଳେ ଲୋକେ ନିଜ କୁକୁରର ସୁରକ୍ଷା ପାଇଁ ଲୁହାର କୋଲାର୍ ଲଗାଇବାକୁ ଉଚିତ୍ ମନେ କରୁଛନ୍ତି ।

Leave A Reply

Your email address will not be published.