ପୁଣେ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଘରୋଇ ମାଟିରେ ଦ୍ରୁତ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ୧୯୫ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ଏଥିସହ ସେ ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଂଟିକୁ ପଛରେ ପକାଇ ଦେଇଛନ୍ତି । ସେ ୨୧୯ ଇନିଂସରେ ୧୦,୦୦୦ ରନ କରିଥିଲେ ।
ସଚିନ ତେନ୍ଦୁଲକର (୨୨୩), ମାହେଲା ଜୟବର୍ଦ୍ଧନେ(୨୨୩) ଓ କୁମାର ସଙ୍ଗକାରା (୨୨୯) ମ୍ୟାଚରେ ୧୦,୦୦୦ ରନ କରିଥିଲେ । ଏହି ଅବସରରେ କୋହଲି ବ୍ୟକ୍ତିଗତ ଭାବେ ଦିନିକିଆ କ୍ୟାରିୟରରେ ୬୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି ।
Comments are closed.