ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨ ରେଟିଂ ପଂଏଟର ଫାଇଦା ହୋଇଛି ।
ତାଙ୍କ ରେଟିଂ ପଂଏଟ ୮୮୮ ହୋଇଥିବା ବେଳେ ସ୍ମିଥ ୯୦୧ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ୨ଟି ଯାକ ଇନିଂସରେ ସେ ଖରାପ ଖେଳିଥିବାରୁ ୧୦ ପଂଏଟ କ୍ଷତି ସହିଛନ୍ତି । ମାର୍ନସ ଲାବୁସେନ କ୍ୟାରିୟରର ଶ୍ରେଷ୍ଠ ର୍ୟାଙ୍କି ପଂଏଟ ୮୩୯ ହାସଲ କରିଛନ୍ତି ।
Comments are closed.