Latest Odisha News

BREAKING NEWS

କୋହଲିଙ୍କଠାରୁ ଉପହାର ପାଇଁ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ବେଶ୍ ଖୁସି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଉପ ଅଧିନାୟକ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ସହ ସୋସିଆଲ ସାଇଟରେ ମଜାଦାର କାର୍ଯ୍ୟ ନେଇ ମଧ୍ୟ ବେଶ୍ ଲୋକପ୍ରିୟ । ଏବେ ସେ ନିଜ ଝିଅ ଇଣ୍ଡିରେ ଏପରି ଏକ ଫଟୋ ଛାଡିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଇଣ୍ଡି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଶଂସକ । ଏହା ଜାଣିବା ପରେ କୋହଲି ତାଙ୍କ ଅଟୋଗ୍ରାଫ ଥିବା ଏକ ଜର୍ସି ଉପହାର ଦେଇଥିଲେ । ଇଣ୍ଡି ଏହା ପାଇବା ପରେ ଏତେ ଖୁସି ହୋଇଗଲେ ଯେ, ସେ ଜର୍ସି ପିନ୍ଧି ଦିନରାତି ବୁଲୁଛନ୍ତି । ଏହି ଫଟୋ ୱାର୍ଣ୍ଣର ଶେୟାର କରିଛନ୍ତି ।

ସୂଚନାଯୋଗ୍ୟ, ଭାରତ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ସିରିଜ ବିଜୟ ହାସଲ କରିଛି । ସୂଚନାଯୋଗ୍ୟ, ୱାର୍ଣ୍ଣର ଏବଂ ତାଙ୍କ ଝିଅ ଭାରତୀୟ ସଂସ୍କୃତି, ଗୀତ, ନାଚ ଓ ଫିଲ୍ମକୁ ବେଶ୍ ପସନ୍ଦ କରିଥାନ୍ତି । ଏ ନେଇ ସେମାନେ କେତେକ ଭିଡିଓ ଓ ଫଟୋ ମଧ୍ୟ ଶେୟାର କରିଛନ୍ତି ।

Leave A Reply

Your email address will not be published.