Latest Odisha News

BREAKING NEWS

କୋହଲୀଙ୍କ ଦ୍ୱିଶତକ ସହ ୬୦୧ ରନର ବିଶାଳ ସ୍କୋର କଲା ଭାରତ

ପୁଣେ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ କପ୍ତାନ ବିରାଟ କୋହଲୀ ଦ୍ୱିଶତକ ହାସଲ କରିଛନ୍ତି । ଭାରତ ୫ଟି ୱିକେଟ ବିନିମୟରେ ହାସଲ କରିଛି ୬୦୧ ରନ । ଏଥିସହିତ ପାଳି ସମାପ୍ତି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିବସ ଖେଳ ଶେଷସୁଦ୍ଧା ୩ ୱିକେଟ ବିନିମୟରେ କରିଛି ମାତ୍ର ୩୬ ରନ୍ ।

ପୁଣେ ଟେଷ୍ଟର ଦ୍ୱିତୀୟ ଦିବସରେ ବିରାଟ କୋହଲୀ ୨୫୪ ରନ ସହିତ ଚମତ୍କାର ଦ୍ୱିଶତକ ହାସଲ କରିବା ସହିତ ଅଜିଙ୍କ୍ୟ ରାହାଣେ ୫୯ ରନ ସଂଗ୍ରହ କରିଛନ୍ତି । ରବୀନ୍ଦ୍ର ଜାଡ଼େଜା ଚମତ୍କାର ଖେଳ ପ୍ରଦର୍ଶନ କରି ୯୧ ରନ ସଂଗ୍ରହ କରିପାରିଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବାଡ଼ା ୩ଟି, ମୁଥୁସାମୀ ଓ ମହାରାଜ ଗୋଟିଏ କରି ୱିକେଟ ଅକ୍ତିଆର କରିଛନ୍ତି ।

ଗତକାଲି ପ୍ରଥମ ଦିବସରେ ମୟଙ୍କ ଅଗ୍ରୱାଲଙ୍କ ଆକର୍ଷଣୀୟ ଶତକ ସହିତ ଭାରତ ୨୭୩ ରନ ସଂଗ୍ରହ କରିଥିଲା ।

ଆଜି ଭାରତ ବିଶାଳ ୬୦୧ କରି ପାଳି ସମାପ୍ତି ଘୋଷଣା କରିଛି, ତେବେ ଦକ୍ଷିଣ ଆଫ୍ରିକା ଦଳ ୩୬ ରନରେ ମୂଲ୍ୟବାନ ୩ଟି ୱିକେଟ ହରାଇଛି । ଭାରତୀୟ ବୋଲର୍ ଉମେଶ ଯାଦବ ୨ଟି ଏବଂ ମହମ୍ମଦ ସାମି ଗୋଟିଏ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.