Latest Odisha News

କାଳିଆର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି: ଏସସିବି ଡାକ୍ତର

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେଧିରେ ଉନ୍ନତି ହେଉଛି । ଏନେଇ ଶୁକ୍ରବାର ଦିନ ଏସସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ପ୍ରମୁଖ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଆବଶ୍ୟକସ୍ଥଳେ ତାକୁ ବେଳେବେଳେ ଭେଣ୍ଟିଲେଟରରେ ରଖାଯାଉଛି । ଏପରିକି ଆମେ ଆଉ କିଛି ଦିନ ପରେ ତା’ର ଏମଆରଆଇ ସ୍କାନ କରିବା ଲାଗି ନିଷ୍ପତ୍ତି ନେଇଛି ।

ଛାତିରେ ସଂକ୍ରମଣ ଏବଂ ନିମୋନିଆ କାରଣରୁ ଗତ ସେପ୍ଟେମ୍ବର ୨୭ ତାରିଖରେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଯଥାଶୀଘ୍ର ତା’ର ଚିକିତ୍ସା କରିବା ଲାଗି ଡାକ୍ତର ଦୀପକ ଗୁପ୍ତା ଓ ରାକେଶ ଲୋଧାଙ୍କୁ ତୁରନ୍ତ କଟକ ପଠାଇବା ଲାଗି ଏସସିବି କତ୍ତୃପକ୍ଷ ନୂଆଦିଲ୍ଲୀ ସ୍ଥିତ ଏମସକୁ ଚିଠି କରିଥିଲେ ।

ଗତ ସେପ୍ଟେମ୍ବର ୬ ତାରିଖରେ ଓଡିଶା ଫେରିବା ନେଇ ଏମସ୍ କର୍ତ୍ତୃପକ୍ଷ ଉଭୟ ଜଗା-କାଳିଆଙ୍କୁ ମେଡିକାଲରୁ ଡିସଚାର୍ଜ କରିଥିଲେ । ତା’ପର ଦିନ ଦୁହେଁ କଟକ ବଡ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ମିଲିପଡା ଗ୍ରାମରେ ରହୁଥିବା ଏହି ଦୁଇ ମୁଣ୍ଡଯୋଡା ଯାଆଁଳା ଶିଶୁ ଚିକିତ୍ସା ନିମନ୍ତେ ୨୦୧୭ ମସିହା ଜୁଲାଇ ମାସରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସେହିବର୍ଷ ଅକ୍ଟୋବର ୨୫ ତାରିଖରେ ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆନେସ୍ଥେସିଆ ଓ ନ୍ୟୁରୋସର୍ଜରୀ ବିଭାଗର ପାଖାପାଖି ୩୦ ଜଣ ସ୍ପେଶାଲିଷ୍ଟ୍ ଡକ୍ଟର ପ୍ରାୟ ୧୧ ଘଣ୍ଟାର ମାରାଥନ୍ ଅପରେସନ ପରେ ସଫଳତାର ସହ ଯୋଡାମୁଣ୍ଡକୁ ଅଲଗା କରିପାରିଥିଲେ ।

Leave A Reply

Your email address will not be published.