Latest Odisha News

ସେହ୍ୱାଗଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ନିକଟରେ ସମ୍ପନ୍ନ ହୋଇଥିବା ଆଇପିଏଲର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି । ତେବେ ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ସ୍ଥାନ ମିଳି ନାହିଁ । ଯାହା କି ଅନେକଙ୍କୁ ଚକିତ କରିଛି । ତେବେ ଆସନ୍ତୁ ଜାଣିବା ଏହି ଶ୍ରେଷ୍ଠ ଏକାଦଶରେ କେଉଁମାନେ ରହିଛନ୍ତି । ବିରାଟ କୋହଲିଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନ ଉଠୁଥିବା ବେଳେ ସେହ୍ୱାଗ କିନ୍ତୁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ।

ସେହ୍ୱାଗଙ୍କ ଶ୍ରେଷ୍ଠ ଏକାଦଶ: କେଏଲ ରାହୁଲ (କିଙ୍ଗ୍‌ସ ଏକାଦଶ ପଞ୍ଜାବ), ଦେବଦତ ପାଡିକଲ (ବାଙ୍ଗାଲୋର), ସୂର୍ଯ୍ୟକୁମାର ଯାଦବ (ମୁମ୍ବାଇ), ବିରାଟ କୋହଲି (ଅଧିନାୟକ, ବାଙ୍ଗାଲୋର), ଡେଭିଡ ୱାର୍ଣ୍ଣର (ହାଇଦ୍ରାବାଦ), ଏବି ଡିଭିଲର୍ସ (ବାଙ୍ଗାଲୋର), ରଶିଦ ଖାଁ (ହାଇଦ୍ରାବାଦ), ୟୁଜଭେନ୍ଦ୍ର ଚହଲ (ବାଙ୍ଗାଲୋର), କାଗିସୋ ରାବାଡା (ଦିଲ୍ଲୀ), ଯଶପ୍ରୀତ ବୁମରା(ମୁମ୍ବାଇ), ମହମ୍ମଦ ଶାମି (ପଞ୍ଜାବ), ଈଶାନ କିଶାନ(ଦ୍ୱାଦଶତମ ଖେଳାଳି, ମୁମ୍ବାଇ)

Leave A Reply

Your email address will not be published.