Latest Odisha News

BREAKING NEWS

[ଭିଡିଓ] ଆମେରିକୀୟ ଗାୟିକା ମେରି ମିଲବେନ୍ ଗାଇଲେ ହିନ୍ଦୀ ଭଜନ !

ଭୁୁବନେଶ୍ୱର: ଜଣାଶୁଣା ଆମେରିକୀୟ ଗାୟିକା ମେରି ମିଲବେନ୍ । ଦୀପାବଳି ଅବସରରେ ଏହି ବିଦେଶୀ ଗାୟିକା ନିଜ କଣ୍ଠରେ ଏକ ହିନ୍ଦୀ ଭଜନକୁ ସଜାଇ ଚର୍ଚ୍ଚାକୁ ଆସିଛନ୍ତି । ଭଜନର ଲିରିକ୍ସ ଲାଇନ୍ ଓମ୍ ଜୟ ଜଗଦିଶ ହରେ ଥିବାବେଳେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଛି ।

ବୁଧବାର ଏହି ଭଜନକୁ ଭର୍ଚୁଆଲ୍ ପ୍ଲାଟଫର୍ମରେ ମେରି ମିଲିବେନ୍ ରିଲିଜ୍ କରିଥିଲେ । ଏହି ଭଜନ ଜରିଆରେ ସେ ସମଗ୍ର ବିଶ୍ୱ ତଥା ଖାସ କରି ଭାରତ ଓ ଆମେରିକାରେ ରହୁଥିବା ହିନ୍ଦୁମାନଙ୍କୁ ଦୀପାବଳି ଅବସରରେ ଶୁଭେଛା ଜଣାଇଛନ୍ତି ।

ଏହି ଭଜନର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାନାଡାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଡେରିଲ୍ ବେନେଟ୍ । ଆମେରିକାର ସେଡୋନାରେ ଏହି ଭଜନର ସୁଟିଂ ହୋଇଥିଲାବେଳେ ମେରି ମିଲିବେନ୍‌ଙ୍କୁ ଭିଡିଓରେ ଭାରତର ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଛି ।

ଗାୟିକା ମେରିଙ୍କ ଅନୁଯାୟୀ ଏହି ଭଜନଟିକୁ ଗାଇବା ପାଇଁ ସେ ତାଙ୍କ ମାଆଙ୍କଠାରୁ ପ୍ରେରଣା ପାଇଥିଲେ । ଭାରତୀୟଙ୍କୁ ଅତି ନିଜର ଭାବୁଥିବା ମେରି ଏହି ଭଜନଟିକୁ ଗାଇଥିବାରୁ ନିଜକୁ ଧନ୍ୟ ମନେ କରନ୍ତି ବୋଲି ପ୍ରକାଶ କରିଛନ୍ତି । ଦୀପାବଳି ଭଳି ପବିତ୍ର ହିନ୍ଦୁ ପର୍ବର ପରମ୍ପରା ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି ।

ତେବେ କେବଳ ଏହି ଭଜନ ନୁହେଁ । ବରଂ ଚଳିତବର୍ଷ ସ୍ୱାଧିନତା ଦିବସରେ ବି ସେ ଭାରତର ଜାତୀୟ ଗୀତକୁ ଗର୍ବର ସହ ଗାଇଥିଲେ । ଜାଣି ଚକିତ ହେବେ ଏକମାତ୍ର ସ୍ୱାଧୀନ କଣ୍ଠଶିଳ୍ପୀ ଭାବେ ସେ ତିନି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ୍‌, ବାରାକ୍ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମଧ୍ୟ ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.