Latest Odisha News

BREAKING NEWS

ସଦ୍ୟଜାତ କନ୍ୟା ଦୁନିଆ ଛାଡି ଚାଲିଗଲା… ତଥାପି ରଣଜୀରେ ଶତକ ହାସଲ କଲେ ବିଷ୍ଣୁ

ମୁମ୍ବାଇ:ରଣଜୀ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ବିଷ୍ଣୁ ସୋଲାଙ୍କି ଶତକ ହାସଲ କରିଛନ୍ତି । ଏହି ବ୍ୟାଟିଂ ପ୍ରଦର୍ଶନ ପାଇଁ ବିଷ୍ଣୁଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ମନକୁ ପ୍ରଶ୍ନ ଆସୁଥିବ ରଣଜୀରେ ଶତକ ହାସଲ କରି ସେ ଏତେ ପ୍ରଶଂସିତ କାହିଁକି ହେଉଛନ୍ତି । ଆପଣଙ୍କୁ ଶୁଣିଲେ ଦୁଃଖ ଲାଗିବ ଯେ, ବିଷ୍ଣୁଙ୍କ ସଦ୍ୟଜାତ କନ୍ୟା ଅସୁସ୍ଥତା କାରଣରୁ ଦୁନିଆ ଛାଡି ଚାଲି ଯାଇଛନ୍ତି । ଝିଅର ଅନ୍ତିମ ସଂସ୍କାର କରିବା ପରେ ସେ ନିଜ ଟିମ ପକ୍ଷରୁ ଖେଳି ଏହି ଶତକ ହାସଲ କରିଥିଲେ ।

ବରୋଦା କ୍ରିକେଟ ଆସୋସିଏଶନ ତାଙ୍କୁ ରିୟଲ ହୀରୋ ଆଖ୍ୟା ଦେଇଛନ୍ତି । ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲି ମଧ୍ୟ ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମଧ୍ୟ ଦେଶ ପାଇଁ ଖେଳି ଶତକ ହାସଲ କରିଥିଲେ ।

Comments are closed, but trackbacks and pingbacks are open.