Latest Odisha News

BREAKING NEWS

ଖାଦ୍ୟ ପ୍ରେମୀଙ୍କ ପାଇଁ ଭୂସ୍ବର୍ଗ ଏହିସ୍ଥାନ, ଜାଣନ୍ତୁ

ଶାନ୍ତ ପରିବେଶ ସହ ସ୍ୱାଦିଷ୍ଟ ଖାଦ୍ୟ । ଖାଦ୍ୟ ପ୍ରେମୀ ହୋଇଥିଲେ ନିଶ୍ଚୟ ବୁଲି ଯାଆନ୍ତୁ ମଣିପୁର । ଏହି ସ୍ଥାନ ସ୍ୱତନ୍ତ୍ର ଅଟେ । ମଣିପୁରର ସୌନ୍ଦର୍ଯ୍ୟ ଏହାକୁ ଭାରତର ସୁଇଜରଲ୍ୟାଣ୍ଡର ଆଖ୍ୟା ଦିଏ । ଏଠାରେ ବୁଲିବା ପାଇଁ ରହିଛି ଅନେକ ସ୍ଥାନ । ଯେପରିକି ଶହୀଦ ମୀନାର, ଗୋବିନ୍ଦଜୀ ମନ୍ଦିର, ବିଷ୍ଣୁପୁରର ହ୍ରଦ,ପୁରୁଣା ମହଲ, ସଂଗ୍ରହାଳୟ, ଜାତୀୟ ଉଦ୍ୟାନ ଭଳି ବହୁ ସ୍ଥାନ ରହିଛି ।

ବୁଲିବା ସହ ଆପଣ ଏଠାରେ ଭିନ୍ନ ଭିନ୍ନ ଖାଦ୍ୟପେୟର ମଧ୍ୟ ମଜା ନେଇପାରିବେ। ଦୂରଦୂରାନ୍ତରରୁ ପର୍ଯ୍ୟଟକ ଏଠାକୁ ବୁଲିବା ସହ ଖାଦ୍ୟର ମଜା ନେବାକୁ ଆସିଥାଆନ୍ତି।

ଯଦି ଆପଣ ମଣିପୁର ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ଏଠାରେ ଆପଣ ଖାଦ୍ୟର ମଧ୍ୟ ମଜା ନିଅନ୍ତୁ। ଜାଣନ୍ତୁ ମଣିପୁରର ସ୍ୱତନ୍ତ୍ର ଖାଦ୍ୟ ବିଷୟରେ ….

ସୁପ –
ଏଠାରେ ସମସ୍ତ ପ୍ରକାରର ପରିବା ପକାଇ ଏକ ପ୍ରକାର ସୁପ ପ୍ରସ୍ତୁତ ହୋଇଥାଏ। ଏହା ଖାଇବାକୁ ଖୁବ ସ୍ୱାଦ ଲାଗେ। ଏହି ସୁପକୁ ମାଛ ଓ ଭାତ ସହ ଖାଇଲେ ଖୁବ ସୁଆଦିଆ ଲାଗେ।

ପାକ୍ନମ –
ମଣିପୁରର ଲୋକେ ମାଛ ଓ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହି ବ୍ୟଞ୍ଜନ ମଧ୍ୟ ମାଛରୁ ପ୍ରସ୍ତୁତ କରାଯାଏ। ଏହା ଆଳୁ ଟିକ୍କୀ କିମ୍ବା କବାବ ଭଳି ଲାଗିବ। ଏହାକୁ ସସ କିମ୍ବା ଚଟଣି ସହ ଖାଇପାରିବେ।

ସିଙ୍ଗଜୁ –
ମଣିପୁର ଠାରେ ପ୍ରସିଦ୍ଧ ସାଲାଡ଼ ମିଳେ। ଏହି ସାଲାଡ଼ରେ କୋବି, ପିଆଜ ଓ ଅନ୍ୟାନ୍ୟ ଦ୍ରବ୍ୟ ପଡ଼ିଥାଏ। ସମସ୍ତ ପ୍ରକାରର ଖାଦ୍ୟ ସହ ଏହା ନିଶ୍ଚୟ ମିଳେ।

ଚାଖ-ହାଓ ଖିରୀ –
ଏହି ଖିରୀକୁ ଚାଉଳ, କ୍ଷୀର, କିଛି ଫଳ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ। ଏହି ମିଠାଦ୍ରବ୍ୟ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।

ଏରୋମ୍ବା – ଏହି ବ୍ୟଞ୍ଜନ ମାଛକୁ ସିଜାଇ, ଫ୍ରାଏ କରି କରାଯାଏ। ଏହାକୁ ଆପଣଙ୍କୁ ଭାତ ସହ ଖାଇବାକୁ ଦିଆଯାଏ। ଯଦି ଆପଣଙ୍କୁ ମାଛ ଖାଇବା ପସନ୍ଦ ତେବେ ଏହାକୁ ନିଶ୍ଚୟ ଖାଆନ୍ତୁ।

Leave A Reply

Your email address will not be published.