ନୂଆଦିଲ୍ଲୀ:ଗୁରୁବାର ଦିନ ଭାରତରେ Vivo T4R 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନଟି ସବୁଠୁ ପତଳା କ୍ବାଡ୍ କର୍ଭଡ୍ ଡିସପ୍ଲେ ସହିତ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯୪୯୯ ଟଙ୍କା ରହିଛି ।
Vivo T4R 5G ଦୁଇଟି ରଙ୍ଗ ବିକଳ୍ପ ନୀଳ ଏବଂ ସିଲଭର ରଙ୍ଗରେ ଉପଲବ୍ଧ। କମ୍ପାନୀ ଦାବି କରିଛି ଯେ ଏହି ମୂଲ୍ୟରେ ସବୁଠାରୁ ଏହା ପତଳା ଫୋନ୍ ଅଟେ, ଯାହାର ମୋଟେଇ ମାତ୍ର 7.39mm।
ଫୋନରେ 120 Hz କ୍ୱାଡ୍ କର୍ଭଡ୍ AMOLED ଡିସପ୍ଲେ, ମିଡିଆଟେକ୍ ଡାଇମେନସିଟି ପ୍ରୋସେସର, 32 ମେଗାପିକ୍ସେଲ ସେଲଫି କ୍ୟାମେରା ଏବଂ 50 ମେଗାପିକ୍ସେଲ ଡୁଆଲ୍ କ୍ୟାମେରା ସେଟଅପ୍ ଭଳି ସ୍ୱତନ୍ତ୍ର ଫିଚର ଦିଆଯାଇଛି।
ଏହି ଲେଟେଷ୍ଟ Vivo ସ୍ମାର୍ଟଫୋନର 8 GB / 128 GB ଭାରିଆଣ୍ଟର ମୂଲ୍ୟ 19,499 ଟଙ୍କା, 8 GB / 256 GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 21499 ଟଙ୍କା ଏବଂ 12 GB / 256 GB ଭାରିଆଣ୍ଟର ମୂଲ୍ୟ 23499 ଟଙ୍କା। ଏହି ଫୋନର ବିକ୍ରୟ ୫ଅଗଷ୍ଟରୁ Vivo ସାଇଟ ଏବଂ Flipkart ରେ ଆରମ୍ଭ ହେବ।
ଏହି ରେଞ୍ଜରେ, ଏହି Vivo ଫୋନ୍ Nothing Phone 2 Pro, Realme 14T 5G, Poco X7 5G ଏବଂ Infinix Note 40 Pro 5G କୁ ଟକ୍କର ଦେବ।
Vivo T4R 5G ରେ 6.77-ଇଞ୍ଚ ଫୁଲ୍ HD ପ୍ଲସ୍ (1,080×2,392 ପିକ୍ସେଲ୍) କ୍ୱାଡ୍-କର୍ଭଡ୍ AMOLED ଡିସପ୍ଲେ ଅଛି, ଯାହାର ରିଫ୍ରେସ୍ ରେଟ୍ 120Hz। ଏହି ଫୋନରେ 120Hz ରିଫ୍ରେସ୍ ରେଟ୍, 1800 nits ପିକ୍ ବ୍ରାଇଟନେସ୍, HDR10+ ସପୋର୍ଟ ଏବଂ କମ୍ ବ୍ଲୁ ଲାଇଟ ନିର୍ଗମନ ପାଇଁ SGS ସାର୍ଟିଫିକେସନ୍ ଅଛି।
ଏହି ଫୋନରେ ପ୍ରୋସେସର ପାଇଁ, କମ୍ପାନୀ MediaTek Dimensity 7400 SoC ଚିପସେଟ୍ ଦେଇଛି, ଯାହା 12GB ପର୍ଯ୍ୟନ୍ତ LPDDR4X RAM ଏବଂ 256GB ପର୍ଯ୍ୟନ୍ତ UFS 2.2 ଅନବୋର୍ଡ ଷ୍ଟୋରେଜ୍ ସହିତ ଆସିଥାଏ। ଏହି ଫୋନଟି Android 15 ଉପରେ ଆଧାରିତ FuntouchOS 15 ରେ ଚାଲିଥାଏ।
ଏହି ସ୍ମାର୍ଟଫୋନଟି 32MP ଫ୍ରଣ୍ଟ କ୍ୟାମେରା ସହ ଆସିଛି, ଯାହାକି 4K ଭିଡିଓ ରେକର୍ଡିଂକୁ ସପୋର୍ଟ କରିଥାଏ । ସେହିପରି ପଛ ଭାଗରେ ଏହି ସ୍ମାର୍ଟଫୋନରେ OIS ସହିତ 50MP Sony IMX882 ସେନ୍ସର ରହିଛି, ଯାହାକି କମ ଆଲୋକରେ ଏକ ଭଲ ଫଟୋ ଉଠାଇବା ସୁନିଶ୍ଚିତ କରିଥାଏ । ଏଥିରେ ପାଣି ଭିତରେ ମଧ୍ୟ ଫଟୋଗ୍ରାଫି କରାଯାଇପାରିବ ।
IP68 ଏବଂ IP69 ରେଟିଂ ଦିଆଯାଇଛି, ଯାହା ଯୋଗୁଁ ଫୋନଟି ଓଦା ହେଲେ କିମ୍ବା ପାଣିରେ ବୁଡ଼ିଗଲେ ମଧ୍ୟ କ୍ଷତି ହେବ ନାହିଁ।
ଫୋନର ବ୍ୟାଟେରୀକୁ ଦେଖିଲେ, ଏଥିରେ 44 ୱାଟ୍ ଦ୍ରୁତ ଚାର୍ଜିଂକୁ ସମର୍ଥନ କରୁଥିବା 5700mAh ବ୍ୟାଟେରୀ ଦିଆଯାଇଛି ।
ଏଥିରେ AI ଫିଚର୍ସ ଯେପରିକି ଏଆଇ ଡକ୍ୟୁମେଣ୍ଟସ୍, ସର୍କଲ-ଟୁ-ସର୍ଚ୍ଚ, ଏଆଇ ନୋଟ୍ ଆସିଷ୍ଟ, ଏଆଇ ସ୍କ୍ରିନ ଟ୍ରାନ୍ସଲେସନ ଓ ଏଆଇ ଟ୍ରାନ୍ସକ୍ରିପ୍ଟ ଆସିଷ୍ଟ ଭଳି ଫିଚର୍ସ ରହିଛି । 5G ସପୋର୍ଟ ଥିବା ଏହି ଫୋନରେ ସୁରକ୍ଷା ପାଇଁ Wi-Fi, Bluetooth ସଂସ୍କରଣ 5.4, GPS, 4G, USB ଟାଇପ୍ C ପୋର୍ଟ ଏବଂ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଫିଚର ରହିଛି।
Comments are closed.