Latest Odisha News

ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ ବୁଲିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି:ପାଣ୍ଡିଆନ

ପୁରୀ: ପିପିଲିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି । ସେ ବିଜେପି ନେତାଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରିଛନ୍ତି । ବିଜେପି ନେତାମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ଭ୍ରମଣ କରିବା ବଦଳରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ଏହାର ଉଚିତ ଜବାବ୍ ଓଡ଼ିଶାବାସୀ ସେମାନଙ୍କୁ ଦେବେ ବୋଲି କହିଛନ୍ତି ପାଣ୍ଡିଆନ । ସେ ଡେଲାଙ୍ଗ ସଭାରେ ଜନସାଧାରଣଙ୍କୁ କହିଛନ୍ତି ଆସନ୍ତା ଜୁନ ୯ ତାରିଖରେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ପାଣ୍ଡିଆନ କହିଛନ୍ତି ନିର୍ବାଚନ ପରେ ଡେଲାଙ୍ଗ, ପିପିଲିକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ଆରମ୍ଭ ହେବ । ସେ ଆହୁରି କହିଛନ୍ତି, ପିପିଲିର ଲୋଭୋଲଟେଜ୍‍ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।କେବଳ ସେତିକି ନୁହେଁ ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି  । ଯାହା ଫଳରେ କାରିଗରମାନଙ୍କର ରୋଜଗାର ବଢ଼ିବ ଏବଂ ଅଞ୍ଚଳରେ ଅର୍ଥନୈତିକ ବିକାଶ ହେବ । ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମଞ୍ଜୁର କରିଛନ୍ତି । ଗଲା ଫନି ବାତ୍ୟାରେ ଘର ହରାଇ ଥିବା ଲୋକମାନଙ୍କୁ ଘର ଦିଆଯିବ ।

ଆପଣମାନଙ୍କର ଘର ଆର୍ଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ ବୋଲି କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୁଳି ଛାଡ଼୍‍ ,ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ , ମିଶନଶକ୍ତି ସଭ୍ୟ ଓ କର୍ମୀମାନଙ୍କ ପାଇଁ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ ବୋଲି କହିଛନ୍ତି ପାଣ୍ଡିଆନ । ନବୀନ ବାବୁଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରି ସଂସଦୀୟ ପ୍ରାର୍ଥୀ  ଅରୂପ ପଟ୍ଟନାୟକ ଓ ରୂଦ୍ର ମହାରଥୀଙ୍କୁ  ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.