ଦିଲ୍ଲୀ : ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେବାରେ ଲାଗିଛି । ନବମ ଦିନରେ ବି ତୀବ୍ରତର ହେଉଛି ଯୁଦ୍ଧ । ଯୁଦ୍ଧ ଯୋଗୁ ସବୁଆଡେ ହାହାକାର ପରିସ୍ଥିତି ଉପୁଜିବାରେ ଲାଗିଲାଣି। ଆକ୍ରମଣରେ ସବୁଆଡେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲାଣି। କିଛି ସ୍ଥାନରେ ଜଳ ବିଦ୍ୟୁତ ସମସ୍ୟା ଉପୁଜିଲାଣି। ହେଲେ ସେପଟେ ସବୁକିଛି ଯୋଜନା ମୁତାବକ ଚାଲିଥିବା କହିଛି ଋଷ।
ମସ୍କୋ ସେନା ଘେରରେ ଥିବା ୟୁକ୍ରେନ୍ର ଅନ୍ୟତମ ପ୍ରମୁଖ ନଗର ମାରିଓପୋଲ୍ରେ ଜଳ ଓ ବିଜୁଳି ଯୋଗାଣ ବ୍ୟାହତଜନିତ ମାନବୀୟ ସଙ୍କଟ ଉତ୍କଟ ହେଉଛି । ପୁଟିନ୍ କହିଛନ୍ତି, ଯୋଜନା ମୁତାବକ, ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚାଲିଛି। ସବୁ ପ୍ରକାର କାମ ସଠିକ୍ ରୂପେ ସମ୍ପାଦିତ ହେଉଛି।
ସେପଟେ ବିଜୁଳି, ଜଳ ଓ ଉତ୍ତାପ ଯୋଗାଣ ଅବରୋଧ କରି ଦକ୍ଷିଣପୂର୍ବ ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍କୁ ଅବରୋଧ କରିବାକୁ ରୁଷୀୟ ସେନା ଉଦ୍ୟମ କରୁଛନ୍ତି। ବାସିନ୍ଦାମାନେ ଯେମିତି ସହର ଛାଡ଼ି ପଳାୟନ କରି ନ ପାରନ୍ତି ସେଥିପାଇଁ ବୋମା ମାଡ କରିଚାଲିଛି ।
ରୁଷ୍ର ୟୁକ୍ରେନ୍ ଆକ୍ରମଣ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଗତ ୨୪ ଘଣ୍ଟା ହେବ ନିରବଚ୍ଛିନ୍ନ ବୋମା ବର୍ଷଣ ସହ ବନ୍ଦର ନଗରୀରେ ଭୟାବହ ଲଢ଼େଇ ଚାଲିଛି।
ଯୁଦ୍ଧର ଭୟାବହତା ବଢିଚାଲିଥିବା ବେଳେ ୟୁକ୍ରେନରେ ଋଷ ନରସଂହାର ଚଳାଇଥିବା କହିଛନ୍ତି ଭୟବୀତ ଲୋକେ।
Comments are closed.