Latest Odisha News

BREAKING NEWS

SIR କୁ ନେଇ CEC ଓ ମୋଦିଙ୍କୁ ପୁଣି ଟାର୍ଗେଟ୍ କଲେ ଜୟରାମ ରମେଶ: କହିଲେ,’ଫର୍ମ-୬ ବେଆଇନ..’

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଜୟରାମ ରମେଶ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ ଥିବା ବିଜେପି ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କ୍ରମାଗତ ଭାବରେ ଟାର୍ଗେଟ କରି ଆସୁଛନ୍ତି। ବର୍ତ୍ତମାନ କଂଗ୍ରେସ ମହାସଚିବ ଜୟରାମ ରମେଶ SIR ଏବଂ ମୁଖ୍ୟ ନିର୍ବାଚନ କମିଶନର ପ୍ରସଙ୍ଗରେ ପୁଣି ଥରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି ସେ ଲେଖିଛନ୍ତି, “ଭୋଟ ଚୋରି ଏବେ ଏକ ପ୍ରମାଣିତ ସତ୍ୟ। ECI ର ନିଜସ୍ୱ ତଥ୍ୟ ଅନୁଯାୟୀ, ୧୦୦ ନିୟୁତରୁ ଅଧିକ ଭାରତୀୟଙ୍କ ଭୋଟ ଦେବାର ସାମ୍ବିଧାନିକ ଅଧିକାର ବିପଦରେ ଅଛି।”

ଜୟରାମ ରମେଶ ସିଧାସଳଖ ପିଏମ ମୋଦି ଏବଂ ଅମିତ ଶାହଙ୍କ ଉପରେ ‘ଭୋଟ ଚୋରି’ (Vote Chori) ର ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ କମିଶନ (ECI) ଅଣସାମ୍ବିଧାନିକ ଭାବେ ‘ଫର୍ମ-୬’ (Form 6) ରେ ପରିବର୍ତ୍ତନ କରି କୋଟି କୋଟି ନୂତନ ଯୁବ ଭୋଟରଙ୍କୁ ବାଦ୍ ଦେବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଛନ୍ତି।

ସେହିପରି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ମିଳିଥିବା ଦାନ ଏବଂ ଜମି କାରବାରରେ ହୋଇଥିବା କଥିତ ଅନିୟମିତତାକୁ ନେଇ ସେ ବିଜେପି ଓ ଆରଏସଏସକୁ ଘେରିଛନ୍ତି। ବିରୋଧୀଙ୍କ ପ୍ରଶ୍ନ ସତ୍ତ୍ୱେ କାହିଁକି ଏହାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ନାହିଁ, ସେ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଦଳିତ, ଓବିସି (OBC) ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘PM-DAKSH’ କୌଶଳ ବିକାଶ ଯୋଜନାରେ ବଡ଼ ଧରଣର ଅବହେଳା ହୋଇଥିବା ସେ ଦର୍ଶାଇଛନ୍ତି। ଏହି ଯୋଜନାର ବଜେଟ୍ ଦୁଇ ବର୍ଷ ହେବ ବ୍ୟବହାର ହୋଇପାରି ନାହିଁ ବୋଲି କହି ସେ କହିଛନ୍ତି ଯେ “ମୋଦି ସରକାରଙ୍କ ଏକ୍ସପାୟରି ଡେଟ୍ (Expiry Date) ପାଖେଇ ଆସିଲାଣି।”

Leave A Reply

Your email address will not be published.