Latest Odisha News

ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ଜିଲ୍ଲାରେ ଗତ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଛି ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ୧୩୮-ଗୁଣପୁର ଓ ୧୩୯-ବିଷମ କଟକ ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଏଲଓ ସୁପରଭାଇଜର, ବିଏଲଓ ମାନଙ୍କୁ ନଭେମ୍ବର ୭ ଓ ୮ ତାରିଖ ଦୁଇ ଦିନ ଧରି ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ପ୍ରଶିକ୍ଷଣ ଦିଆଯାଇଛି ।

ବିଏଲଓ ମାନେ କିପରି ଫର୍ମ ପୁରଣ କରିବେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କିପରି ତଦାରଖ କରି ଉପ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରିବେ ସେ ସବୁ ବିଷୟ ଉପରେ ଅନଲାଇନ ମାଧ୍ୟମରେ ପ୍ରଶିକ୍ଷଣ ଦିଆ ଯାଇଛି । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର, ପଦ୍ମପୁର, ଗୁଡ଼ାରି, ରାମନଗୁଡା, ବିଷମ କଟକ, ମୁନିଗୁଡା, ଚନ୍ଦ୍ରପୁର, କୋଲନରା, କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣପୁର ପୌର ନିର୍ବାହୀ ଅଧିକାରୀ, ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ନିର୍ବାଚନ ଉପ ବିଭାଗର ବରିଷ୍ଠ ସହାୟକ ସୁଶାନ୍ତ ଦାସ ଓ କନିଷ୍ଠ ସହାୟକ ପ୍ରସନ୍ନ ପଣ୍ଡା ପ୍ରଶିକ୍ଷଣ ଦେଇଥିବା ବେଳେ ଅନନ୍ତ ବିଡିକା, କବିରାଜ ଵଂଝର ସହଯୋଗ କରିଥିଲେ ।

Leave A Reply

Your email address will not be published.