ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି ୨୭ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।
ଆଜି ସାମଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ଼, ମଥୁରା ଓ ଆଗ୍ରା ଜିଲ୍ଲାରେ ମତଦାନ ହେଉଛି । ଯୋଗୀ ସରକାରଙ୍କ ୯ ଜଣ ମନ୍ତ୍ରୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଯାଉଛି । ସେମାନେ ହେଲେ ସୁରେଶ ରାଣା, ଅତୁଲ ଗର୍ଗ, ଶ୍ରୀକାନ୍ତ ଶର୍ମା, ସନ୍ଦୀପ ସିଂ, ଅନୀଲ ଶର୍ମା, କପିଲ ଦେବ ଅଗ୍ରଓ୍ୱାଲ୍, ଦୀନେଶ ଖାତିକ, ଡ. ଜିଏସ୍ ଧର୍ମେଶ, ଚୌଧୁରୀ ଲକ୍ଷ୍ମୀ ନାରାୟଣ ।
Hapur: People queue up at polling booth number 257 as they cast their vote for the first phase of #UttarPradeshElections pic.twitter.com/0oQCZ86Txu
— ANI UP/Uttarakhand (@ANINewsUP) February 10, 2022
ସକାଳୁ ସକାଳୁ ବିଭିନ୍ନ ବୁଥରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଭୋଟ୍ ଦେବା ପାଇଁ ମତଦାତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଶୀତ ସତ୍ତ୍ୱେ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ର ଆଗରେ ଲୋକଙ୍କର ଭିଡ଼ ହୋଇଛି । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଚାଲିଛି ଭୋଟ୍ ଗ୍ରହଣ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରୁଛନ୍ତି ।
ଉତ୍ତର ପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନରେ ଏହ ୫୮ ଆସନରୁ ବିଜେପି ଏକାକୀ ୫୩ ସିଟ୍ ଜିତିଥିଲା । ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ଦୁଇଟି ଲେଖାଏ ଆସନରେ ବିଜୟୀ ହୋଇଥିଲେ । ଆରଏଲଡି ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ ।
Voters brave cold to arrive early to exercise their franchise at polling booth number 50-51 in Goverdhan Assembly constituency of Mathura during the first phase of #UttarPradeshElections2022 pic.twitter.com/ZausYBX7Xr
— ANI UP/Uttarakhand (@ANINewsUP) February 10, 2022
Comments are closed.