ମୂଳ ରଚନା : ଚେଜଲୋ ମିଲସ
ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ
କିନ୍ତୁ ତା’ର କୌଣସି ଏକ
ବିଶେଷ ରଙ୍ଗ ତ ନାହିଁ,
ଯେହେତୁ ସେଠାରେ
ସବୁ ରଙ୍ଗ ମିଶେ ଏକ ହୋଇ
ଏବଂ ଏଇ ସାରା ପୃଥିବୀଟା
ସତେକି ଏକ କବିତା
ଆଉ ଏଇ ଉପରର ସୂର୍ଯ୍ୟ
ମନେ ହୁଏ ଜଣେ କଳାକାର।
ଯିଏ ତେଣୁ ଆଙ୍କିବାକୁ ଚାହେଁ
ବିଚିତ୍ରବର୍ଣ୍ଣା ଏ ଧରାର ଛବି
ସେ କେବେ ବି ଚାହିଁବ ନାହିଁ
ସୂର୍ଯ୍ୟକୁ ତ ସିଧା ସଳଖରେ
କାରଣ, ତାହା କଲେ ସେ ଯିବ ଭୁଲି
ସ୍ମୃତି ସବୁ ଦେଖିବା ଦୃଶ୍ୟର
ଆଖି ସବୁ ଭରିଯିବେ
ଜଳୁଥିବା ଲୋତକ ଧାରରେ।
ଆଣ୍ଠୁମାଡ଼ି ବସି ସିଏ
ତଳ ମୁହାଁ ଘାସକୁ ଅନାଇଁ
ଦେଖୁ ସେଇ ଆଲୋକକୁ
ଯାହା ପ୍ରତିଫଳିତ ହୋଇଛି
ଧରଣୀକୁ ଛୁଇଁ
ତା ହେଲେ ସେ ନିଶ୍ଚିତ ପାଇବ ଖୋଜି
ଆମେ ଯାହା ଦେଇଛୁ ହରାଇ
ତାରା ଓ ଗୋଲାପ
ପ୍ରଦୋଷ, ପ୍ରତ୍ୟୁଷ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed, but trackbacks and pingbacks are open.