Latest Odisha News

BREAKING NEWS

ବୁର୍ଲା VSSUTରେ ଅଫଲାଇନ୍ କ୍ଲାସ୍ ବାତିଲ୍, ଅନଲାଇନରେ ହେବ ଥିଓରୀ

ସମ୍ବଲପୁର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT) ଶ୍ରେଣୀଗୃହ ପାଠପଢ଼ା ବାତିଲ୍ କରି ଦେଇଛନ୍ତି । ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ୍ ପାଠପଢ଼ା ସହ ସେମିଷ୍ଟାର ବାତିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ ।

ଅଫଲାଇନ୍ ପରିବର୍ତ୍ତ ଅନଲାଇନରେ ପାଠପଢ଼ା ହେବ । ଏପ୍ରିଲ୍ ୧୭ରୁ ଅନଲାଇନ୍ ଥିଓରୀ କ୍ଲାସ ସହ ସେମିଷ୍ଟାର ହେବ । ଅନଲାଇନ୍ ପାଠପଢ଼ା ନେଇ ସମସ୍ତ ସୂଚନା ବିଶ୍ୱବିଦ୍ୟାଳୟର ୱେବସାଇଟରେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

ଏଥିସହ ଶିକ୍ଷାଦାନର ଅନଲାଇନ୍ ଲିଙ୍କକୁ ଛାତ୍ରଛାତ୍ରୀଙ୍କ ସହ ସେୟାର୍ କରିବାକୁ ଅଧ୍ୟାପକମାନଙ୍କୁ କୁହାଯାଇଛି । ଉକ୍ତ ଲିଙ୍କକୁ ବିଭାଗୀୟ ମୁଖ୍ୟଙ୍କ ସହ ମଧ୍ୟ ସେୟାର୍ କରିବେ ଅଧ୍ୟାପକ ।

Leave A Reply

Your email address will not be published.