Latest Odisha News

BREAKING NEWS

୨ ଲକ୍ଷ ଡେଇଁଲା ଦେଶରେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି। ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଏତିକି ନୁହେଁ ୧୦୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୨,୦୦,୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୦,୭୪,୫୬୪ ଛୁଇଁଛି ।

ଏହାସହ ଦିନକରେ ଯାଇଛି ୧୦୩୮ ଜଣଙ୍କ ପ୍ରାଣ । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୭୩,୧୨୩ରେ ପହଞ୍ଚିଛି।

ଅନ୍ୟପଟେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ପାଖାପାଖି ୧,୨୪,୨୯,୫୬୪ ଲୋକ ଆରୋଗ୍ୟ ଲାଭ କଲେଣି । ଏହାସହ ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ରହିଛି ୧୪,୭୧,୮୭୭।

Leave A Reply

Your email address will not be published.