ଚଣ୍ଡୀଗଡ: ୨୩ ବର୍ଷରୁ କମ କ୍ରିକେଟରେ ପଂଜାବର ନେହାଲ ୱାଧେରା ୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୫୭୮ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାଟିଣ୍ଡା ବିପକ୍ଷ ଏହି ମ୍ୟାଚରେ ସେ ୪୧୪ ବଲରେ ୩୭ ଛକା ଓ ୪୨ ଚୌକାରେ ଏହି ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ଚମନ ଲାଲ ମାଲହୋତ୍ରାଙ୍କ ନାମରେ ଏହି ରେକର୍ଡ ରହିଥିଲା । ଏହା ପ୍ରଥମ ଶ୍ରେଣୀ କ୍ରିକେଟ ହୋଇ ନ ଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି ।
ଏହି ସ୍ମରଣୀୟ ଇନିଂସରେ ସେ ଦ୍ରୁତ ୨୦୦, ୩୦୦, ୪୦୦ ଓ ୫୦୦ ରନ ମଧ୍ୟ କରିଥିଲେ । ଯୁବରାଜ ସିଂଙ୍କୁ ଦେଖି ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ପରି ହେବା ପାଇଁ ସେ ଆଶା ରଖିଛନ୍ତି ବୋଲି କହିଛନ୍ତି ।
Comments are closed.