Latest Odisha News

BREAKING NEWS

ଟେନିସ ଖେଳାଳି ବୋରିସ ବେକରଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ

ଲଣ୍ଡନ: ପୂର୍ବତନ ଟେନିସ ଚାମ୍ପିୟନ ତଥା ମହାନ ଖେଳାଳି ବୋରିସ ବେକରଙ୍କୁ ଆଜି ସ୍ଥାନୀୟ କୋର୍ଟ ଦଣ୍ଡାଦେଶ ଶୁଣାଇଛି । ବ୍ୟାଙ୍କ ଲୋନ ନ ଶୁଝିବା ପାଇଁ ସେ ଠକାମୀର ଆଶ୍ରୟ ନେଇଥିଲେ । ଏଥିପାଇଁ ତାଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୫୪ ବର୍ଷୀୟ ଏହି ଟେନିସ ଖେଳାଳି ନିଜକୁ ଦେବାଳିଆ ଘୋଷିତ କରି ବ୍ୟାଙ୍କର ୨.୫ ମିଲିୟନ ପାଉଣ୍ଡ ଲୋନ ଠକିଥିଲେ । ମାତ୍ର ପରେ ସେ ଦେବାଳିଆ ହୋଇ ନ ଥିବା ଜଣା ପଡିଥିଲା । ସେ ନିଜର ଅଚଳାଅଚଳ ସମ୍ପିତି ଥିବା ସତ୍ୱେ ଏହି ପଦକ୍ଷେପ ଗ୍ରହଣ କରିଥିବାରୁ କୋର୍ଟ ପକ୍ଷରୁ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

BjdElectrycity

ବେକର ୩ଥର ୱିମ୍ବେଲଡନ ଚାମ୍ପିୟନ ହେବା ସହ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତେବେ ସେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ୧୯୮୫ରେ ପ୍ରଥମ ଅଣସିଡେଡ ଖେଳାଳି ଭାବେ ୧୭ ବର୍ଷ ବୟସରେ ସେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଚର୍ଚ୍ଚିତ ହୋଇ ପଡିଥିଲେ ।

Leave A Reply

Your email address will not be published.