Latest Odisha News

BREAKING NEWS

ୱାଗନରଙ୍କୁ ଅବସର ନେବା ପାଇଁ ପକାଯାଇଥିଲା ଚାପ

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ପେସ ବୋଲର ନୀଲ ୱାଗନର ଗତ ସପ୍ତାହରେ ଅବସର ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ୩୭ ବର୍ଷୀୟ ୱାଗନର ଅବସର ଘୋଷଣା କରିଥିଲେ । ସେ ସମୟରେ ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ପୂର୍ବତନ ଅଧିନାୟକ ରସ ଟେଲର ତାଙ୍କ ଅବସର ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ୱାଗନରଙ୍କ ଅବସର ନେବା ପାଇଁ ବାଧ୍ୟ କରାଯାଇଥିଲା । ୱାଗନର ପ୍ରେସ କନଫେରେନ୍ସରେ ମୁଁ ଅନୁଭବ କରିଥିଲି ଯେ, ସେ ସିରିଜ ପରେ ଅବସର ନେବାକୁ ଚାହୁଁଥିଲେ । ୱାଗନରଙ୍କ ଅବସର ନ୍ୟୁଜିଲାଣ୍ଡ କ୍ରିକେଟରେ ସବୁ କିଛି ଠିକ ନ ଥିବା ଦର୍ଶାଉଛି ।

କିଛି ଦିନ ତଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଂଚ ମଧ୍ୟ ଏହି ସନ୍ଦେହ ବ୍ୟକ୍ତ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ୱାଗନର ଅବସର ନେବା ଗ୍ରହଣ ହେଉ ନାହିଁ । ନ୍ୟୁଜିଲାଣ୍ଡ ବୋର୍ଡ ଭବିଷ୍ୟତକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିପାରେ ସତ, କିନ୍ତୁ ଗୋଟିଏ କିମ୍ବା ୨ଟି ମ୍ୟାଚ ପରେ ଏଥିରେ କିଛି ବ୍ୟତିକ୍ରମ ଘଟିଥାନ୍ତା ମୁଁ ଅନୁଭବ କରୁ ନାହିଁ । ୱାଗନର ଅବସର ନେବା ବେଳେ କହିଥିଲେ, ମୁଁ ନ୍ୟୁଜିଲାଣ୍ଡ ପକ୍ଷରୁ ଟେଷ୍ଟ କ୍ରିକେଟ ଖେଳିବା ସମସ୍ତ କ୍ଷଣର ଆନନ୍ଦ ଉଠାଇଛି । ମୁଁ ଯାହା କିଛି ହାସଲ କରିଛି ସେଥିପାଇଁ ଗର୍ବିତ ବୋଲି କହିଥିଲେ ।

Leave A Reply

Your email address will not be published.