ପୁରୀ : ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ଭାଙ୍ଗିପଡିଥିଲେ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ । କିନ୍ତୁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏ ନେଇ କିଛିଟା ଆଶା ଦେଖାଦେଇଛି । ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସୋମବାର ଦିନ ଯଦି ସୁପ୍ରିମକୋର୍ଟ ପିଟିସନର ଯଦି ପୁନଋବିଚାର କରନ୍ତି ତେବେ ବଡଦାଣ୍ଡରେ ରଥଗଡିବ । ତେବେ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଗଜପତି କହିଛନ୍ତି ।
ଯଦି ସୁପ୍ରିମକୋର୍ଟରେ ଏହାର ପୁନଃବିଚାର କରା ନ ଯାଏ କିମ୍ବା କୋର୍ଟ ଯଦି ରଥଯାତ୍ରାକୁ ମନା କରିଦିଅନ୍ତି ତେବେ ଏହାର ବିକଳ୍ପ ଖୋଜାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା କହିଛନ୍ତି । ଦୁଇ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ନିର୍ଦ୍ଦେଶ ଦେବା ପରେ ଗତକାଲି ପୁରୀରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ଉପସ୍ଥିତ ଥିଲେ ।
Comments are closed.