Latest Odisha News

BREAKING NEWS

ଭୁବନେଶ୍ୱରରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ରାଜଧାନୀରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜିଠୁ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବ ନାହିଁ । ସେମାନେ ସିଧାସଳଖ ସେଣ୍ଟରକୁ ଯାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ । ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍ ନେଇଥିଲେ ସେହିଠାରୁ ନେବେ ଦ୍ୱିତୀୟ ଡୋଜ୍ ଟିକା ।

ଆଜିଠାରୁ ପ୍ରତିଦିନ ଅପରାହ୍ମ ୩ଟରୁ ୬ଟା ଭିତରେ ସେମାନେ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଏଥିପାଇଁ ପ୍ରଥମ ଡୋଜ୍ ଟିକାର ପ୍ରୋଭିଜିନାଲ୍ ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ ପଡ଼ିବ । ପୂର୍ବରୁ ଭୁବନେଶ୍ୱର ଯାତ୍ରୀ ନିବାସରେ ଥିବା ଟିକାଦାନ କେନ୍ଦ୍ର ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ତାରାପନ୍ଥ ଭବନରେ ଥିବା ଟିକାଦାନ କେନ୍ଦ୍ର ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.