Latest Odisha News

BREAKING NEWS

ଥମୁନି କରୋନା ମୃତ୍ୟୁସଂଖ୍ୟା: ଆଜି ଓଡ଼ିଶାରୁ ୪୪ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ କମୁଛି । କିନ୍ତୁ ନିୟନ୍ତ୍ରଣକୁ ଆସୁନି ମୃତ୍ୟୁସଂଖ୍ୟା । ୪୦ ତଳକୁ ଖସୁନି । ୨୪ ଘଣ୍ଟାରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୭ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିର ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅନୁଗୋଳ, ବରଗଡ଼, କଟକ, ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । କଳାହାଣ୍ଡି, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ବଲାଙ୍ଗିର, ବୌଦ୍ଧ, ମୟୂରଭଞ୍ଜ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଦେବଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ସମ୍ୱଲପୁର ଜିଲ୍ଲାରୁ କରୋନା ନେଇଛି ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୧୬୭ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.