ନୂଆଦିଲ୍ଲୀ: ବିହାରରେ ସରକାର ବଦଳିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବେ ଏବଂ ବିହାର ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଦାୟିତ୍ୱ ଗ୍ରହଣ କରିବେ। ଏପରି ଏକ ଚର୍ଚ୍ଚା ବିଭିନ୍ନ ସମୟରେ ହେଉଛି। ଆଉ ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ।
ସେ କହିଛନ୍ତି, ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ସମୟ ଲାଗିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତେଜସ୍ୱୀ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଦେଖିବାକୁ ଚାହୁଁଛନ୍ତି।
ବୁଧବାର ଆରଜେଡି ରାଷ୍ଟ୍ରୀୟ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପରେ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ପିଏଫଆଇକୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ଲାଲୁ କହିଛନ୍ତି ଯେ ପ୍ରଥମେ ଆରଏସଏସକୁ ବ୍ୟାନ କରାଯିବା ଉଚିତ।
ଏହାପରେ ଲାଲୁ ନୀତୀଶ କୁମାରଙ୍କ ଦିଲ୍ଲୀ ରାଜନୀତି ପ୍ରସଙ୍ଗରେ ମତ ରଖିଥିଲେ। ଆଉ ନୀତୀଶ ପ୍ରଧାନମନ୍ତ୍ରୀ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି। ଏହା ପରେ ତାଙ୍କୁ ପଚରାଯାଇଥିଲା ଯେ ସେ ତେଜସ୍ୱୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହେବେ କି। ଯାହାର ଉତ୍ତର ସେ ଦେଇଛନ୍ତି କି ତେଜସ୍ୱୀ ବିହାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ ଦେଖିବାକୁ ଚାହାନ୍ତି।
ଲାଲୁ ଯାଦବ କହିଛନ୍ତି ଯେ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରାଯାଇପାରିବ। ନିକଟରେ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ସେ ସାଂଗଠନିକ ନିର୍ବାଚନରେ ବ୍ୟସ୍ତ ଅଛନ୍ତି, ତେଣୁ ଏହି କାମ ଶେଷ ହେବା ପରେ ସେ ପୁଣି ଆଲୋଚନା କରିବେ।
ତେବେ ନୀତୀଶ ଏବଂ ଲାଲୁ ସୋନିଆଙ୍କୁ ଭେଟିବାର ଫଟୋ ସାର୍ବାଜନୀନ ନହେବା ନେଇ ବିଜେପି ପ୍ରଶ୍ନ ଉଠାଇବା ପରେ ସେ କହିଥିଲେ, ମହିଳାଙ୍କ ଘରକୁ ଯାଇ ଫଟୋ ଉଠାଇବାକୁ ଭଲ ଲାଗେ କି? ତେବେ ଉଭୟ ଘଣ୍ଟାଏରୁ ଦୁଇ ଘଣ୍ଟା କଥାବାର୍ତ୍ତା କରିଛନ୍ତି। ଯାହାକୁ ନେଇ ଶାସକ ଦଳ ବିଜେପି ଭୟଭୀତ ବୋଲି ସେ କହିଛନ୍ତି।
Comments are closed.