Latest Odisha News

BREAKING NEWS

କ୍ୟୁବାରେ ତାଣ୍ଡବ ରଚିବା ପରେ ଫ୍ଲୋରିଡା ଆଡେ ମାଡି ଚାଲିଛି ସାମୁଦ୍ରିକ ଝଡ

ଫ୍ଲୋରିଡା: କ୍ୟାରବିୟାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଇୟାନ କ୍ୟୁବାରେ ତାଣ୍ଡବ ରଚିବା ପରେ ଏବେ ଫ୍ଲୋରିଡା ଆଡେ ମାଡି ଚାଲିଛି । କ୍ୟୁବାରେ ୨୦୫ କିଲୋମିଟର ପ୍ରତି ଘଂଟା ବେଗରେ ପବନ ବୋହିବା ସହ ଝଡ ତୋଫାନ ହୋଇଥିଲା । ଏହା କିଛି ମାତ୍ରାରେ ଦୁର୍ବଳ ହୋଇ ଆଗାମୀ ୮ ଘଂଟା ମଧ୍ୟରେ ଫ୍ଲୋରିଡାରେ ପଂହଚିବ । ଏଥିନେଇ ୨୫ ଲକ୍ଷ ଲୋକଙ୍କୁ ହାଇଆଲର୍ଟରେ ରଖାଯାଇଛି । ସେମାନଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ୧୯୨୧ରେ ଆସିଥିବା ଭୟଙ୍କର ଟାରପୋନ ସ୍ପ୍ରିଙ୍ଗସ ତୋଫାନଠାରୁ ଅଧିକ କ୍ଷୟ କ୍ଷତି ଘଟାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି ।

ସରକାର ସପ୍ତାହେ ପର୍ଯ୍ୟନ୍ତ ଏଠାରେ ଏର୍ମଜେନ୍ସି ଘୋଷଣା କରିଛନ୍ତି । କ୍ୟୁବା ପରେ ଏହା ମେକ୍ସିକୋ ଏବଂ ଶେଷରେ ଫ୍ଲୋରିଡାରେ ପଂହଚିବ । ପୂର୍ବରୁ ଫିଲପାଇନ୍ସରେ ନୋରୁ ଓ କାନାଡାରେ ଫିୟୋନୋ ଭୟଙ୍କର କ୍ଷୟ କ୍ଷତି ଘଟାଇ ସାରିଛନ୍ତି । କ୍ୟୁବା ସ୍ଥିତି ଭୟଙ୍କର ରହିଛି । ସେଠାରେ ବିଜୁଳି ନ ଥିବା ବେଳେ ଲୋକମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ।

Leave A Reply

Your email address will not be published.