Latest Odisha News

BREAKING NEWS

ୱାଇଆରଏଫ ସ୍ପାଇ ୟୁନିଭର୍ସରେ ଆଗକୁ ବି ଅଭିନୟ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଚଳିତ ବର୍ଷ ବହୂ ପ୍ରତିକ୍ଷୀତ ୱାର ୨ ଫିଲ୍ମ ରିଲିଜ ହେବାକୁ ଯାଉଛି । ୟଶରାଜ ବ୍ୟାନରର ଏହି ଫିଲ୍ମରେ ହ୍ରିତିକ ରୋଶନ, କିୟାରା ଆଡଭାନୀ ଓ ଜୁନିୟର ଏନଟିଆର ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ୟଶରାଜ ସ୍ପାଇ ୟୁନିଭର୍ସର ଏହି ସିରିଜରେ ଆଗକୁ ଜୁନିୟର ଏନଟିଆରଙ୍କୁ ଦେଖିବାକୁ ମିଳିବ । ୱାର ୨ ହେଉଛି ୨୦୧୯ରେ ଆସିଥିବା ୱାର ଫିଲ୍ମର ସୀକ୍ୱେଲ । ୱାରରେ ହ୍ରିତିକଙ୍କ ସାମ୍ନାରେ ଟାଇଗର ଖଳନାୟକ ଭୂମିକା ତୁଲାଇଥିବା ବେଳେ ଏଥର ଜୁନିୟର ଏନଟିଆର ଉପରେ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ ରହିବ । ସାଉଥ ସୁପରଷ୍ଟାରଙ୍କ ପ୍ରଦର୍ଶନରେ ମେକର୍ସ ବେଶ ସନ୍ତୁଷ୍ଟ ଅଛନ୍ତି ।

ଅଦିତ୍ୟ ଚୋପ୍ରା ଜୁନିୟର ଏନଟିଆରଙ୍କ ଭୂମିକା ସଲମାନ ଖାଁଙ୍କ ଟାଇଗର ଓ ଶାହାରୁଖଙ୍କ ପଠାନ ପରି ଆଗକୁ ବଢ଼ାଇବେ । ସେ ଯେଉଁ ଭୂମିକା କରିଛନ୍ତି ତାହା ଫ୍ରାଂଚାଇଜର ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ ହେବାକୁ ଯାଉଛି । ତେବେ ୱାର ୨ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ପରେ ପରବର୍ତୀ ସଂସ୍କରଣ ଉପରେ କାର୍ଯ୍ୟ ଆରମ୍ଭ ହେବ । ୧୪ ଅଗଷ୍ଟ ୨୦୨୫ରେ ୱାର ୨ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହି ଫିଲ୍ମ ମାଧ୍ୟମରେ ସାଉଥର ଏହି ଷ୍ଟାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ।

Comments are closed.