Latest Odisha News

୩ ଦିନ ଯାଏଁ ଏହି ସବୁ ଜିଲ୍ଲାରେ କୁହୁଡି, ଜାରି ହେଲା ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରି ଟିକେ କମିଛି । କିଛି କିଛି ସ୍ଥାନରେ କୁହୁଡି ଦେଖାଦେବା ବେଳେ ଶୀତ ପ୍ରାୟ କମ୍ ଅନୂଭୂତ ହେଉଛି । ଏଥିପାଇଁ ଆଗାମୀ ୩ ଦିନ ଯାଏଁ ୫ ଜିଲ୍ଲାକୁ କୁହୁଡି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ଝାରସୁଗୁଡା, କଳାହାଣ୍ଡି , ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ କୁଡୁଡି ଅନୁଭୂତ ହେବ । ଅନ୍ୟପଟେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ଶୀତ ଅନୁଭୁତ ହେବ । ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.