Latest Odisha News

BREAKING NEWS

ଶୁଭମନ, ଅଭେଶଙ୍କ ପରେ ଆଘାତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ସିରିଜରୁ ଓହରିଲେ ୱାଶିଂଟନ ସୁନ୍ଦର

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଆଉ ଏକ ଶକ୍ତ ଧକା ଲାଗିଛି । ଶୁଭମନ ଗିଲ, ଆଭେଶ ଖାଁଙ୍କ ପରେ ଏବେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ଅଭ୍ୟାସ ସେଶନରେ ମହମ୍ମଦ ସିରାଜଙ୍କ ବଲ ତାଙ୍କ ଆଙ୍ଗୁଳିରେ ବାଜିଥିଲା । ସ୍କାନ ପରେ ଏହା ଭାଙ୍ଗି ଯାଇଥିବା ଜଣା ପଡିବା ପରେ ତାଙ୍କୁ ବାଧ୍ୟ ହୋଇ ସିରିଜରୁ ଓହରିବାକୁ ପଡିଛି ।

ସୂଚନାଯୋଗ୍ୟ, ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ଅଭ୍ୟାସ ମ୍ୟାଚ ଖେଳି ନ ଥିଲେ । ତେବେ ସେମାନେ ଟେଷ୍ଟ ସିରିଜ ପୂର୍ବରୁ ଫିଟ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି । ରୋହିତ ଶର୍ମା ଅଭ୍ୟାସ ମ୍ୟାଚରେ ଦଳର ନେତୃତ୍ୱ ନେଉଛନ୍ତି ।

Leave A Reply

Your email address will not be published.