Latest Odisha News

BREAKING NEWS

ଏଟଲୀଙ୍କ ଫିଲ୍ମ ସାଇନ କଲେ ଶାହାରୁଖ, ନୟନତାରାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦକ୍ଷିଣ ଭାରତର ସଫଳ ଫିଲ୍ମମେକର ଏଟଲୀଙ୍କ ଫିଲ୍ମ ସାଇନ କରିଛନ୍ତି । ପ୍ୟାନ ଇଣ୍ଡିଆ ଓ ରେଡ ଚିଲିଜର ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିବେ । ପିଙ୍କଭିଲା ରିପୋର୍ଟ ଅନୁସାରେ ନୟନତାରାଙ୍କ ସହ ଶାହରୁଖ ଏହି ଫିଲ୍ମରେ ରୋମାନ୍ସ କରିବେ ।

୨୦୧୮ ଜୀରୋ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ କମବ୍ୟାକ କରିବାକୁ ଯାଉଛନ୍ତି । ଏଥିରେ ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ସେହିପରି ଡୁପ୍ଲିକେଟ ଓ ଓମ ଶାନ୍ତ ଓମ ପରେ ଶାହାରୁଖ ପୁନର୍ବାର ଡବଲି ରୋଲ ଭୂମିକାରେ ଅବତୀର୍ଣ୍ଣ ହେବେ ।

Leave A Reply

Your email address will not be published.