Latest Odisha News

BREAKING NEWS

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମୌସୁମୀ ଟ୍ରଫ୍ ବର୍ତ୍ତମାନ ଅମୃତସର, କରନାଲ, ହରଦୋଇ, ରାଞ୍ଚି, ଦୀଘା ଏବଂ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରୁଛି। ଯେତେବେଳେ କି ଦକ୍ଷିଣ ଓଡ଼ିଶାରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିପାରେ ବୋଲି ଆଇଏମଡି ପ୍ରକାଶ କରିଛି ।

ଏହି ପ୍ରରିପେକ୍ଷିରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ କୌଣସି ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ । ଯଉଁ ନଦୀରେ ପାଣି ବଢିକ ଅଛି ରବିବାର ସକାଳ ସୁଦ୍ଧା ପାଣି କମିଯିବ । ସାପୁଆରୁ ପାଣି କମିଲାଣି । ରବିବାର ସକାଳ ସୁଦ୍ଧା ପାଣି ପୂରା କମିଯିବ ।

ଶୁକ୍ରବାର ଓ ତା ପୂର୍ବ ଦିନ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ହୋଇଥିଲା । ମାଟି ବନ୍ଧ ଖସିଛି । ଯାହାର ସୋମବାର ସୁଦ୍ଧା ମରାମତି କାମ ହେବ । କୌଣସି ନଦୀରେ ବନ୍ୟା ଆସିବନି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ହୀରାକୁଦରେ ୬୧୦ ଫୁଟରେ ପାଣି ରହିଛି । ଏହା ଧୀରେ ଧୀରେ ବଢୁଛି । ରବିବାର ୬୧୪ ଫୁଟକୁ ଯିବା ପରେ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯିବ । ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ । ଯାହା ବିପଦ ନୁହେଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.