Latest Odisha News

BREAKING NEWS

Brahmani River: ବ୍ରାହ୍ମଣୀରେ ନାହିଁ ପାଣି; କଲୋନୀକୁ ଜଳଯୋଗାଣ ଠପ୍‌, କଷ୍ଟରେ ୧ ଲକ୍ଷ ୧୫ ହଜାର ପାଇପ୍‌ ସଂଯୋଗଧାରୀ

ତାଳଚେର:ବ୍ରାହ୍ମଣୀ ନଦୀରେ ପାଣି ନ ଥିବାରୁ ତାଳଚେରର ୨୬ଟି କଲୋନୀ ଅଞ୍ଚଳକୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ପାଣି ଯୋଗାଣ ବନ୍ଦ ହେବା ଦ୍ବାରା ୧ ଲକ୍ଷ ୧୫ ହଜାର ପାଇପ୍‌ ସଂଯୋଗଧାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତାଳଚେରରେ ୮ଟି କୋଇଲା ଖଣିର କର୍ମଚାରୀମାନଙ୍କ ନିମନ୍ତେ ୨୬ଟି କଲୋନୀ ରହିଛି। ଲିଙ୍ଗରାଜ କୋଇଲା ଖଣି ପକ୍ଷରୁ ବ୍ରାହ୍ମଣୀ ନଦୀରୁ ପାଣି ଉଠାଯାଇ ଏହି ୨୬ଟି କଲୋନୀ ଓ ଖଣି କାର୍ଯ୍ୟାଳୟକୁ ପାନୀୟ ଜଳ ଯୋଗାଣ ହୋଇଥାଏ। କିନ୍ତୁ ଗତ ଦୁଇଦିନ ହେଲା ସମଲ ବ୍ୟାରେଜରୁ ବ୍ରାହ୍ମଣୀ ନଦୀରେ ପାଣି ଛଡ଼ାଯାଉ ନଥିବାରୁ ବ୍ରାହ୍ମଣୀ ନଦୀ ଏବେ ଶୁଖିଲା ହୋଇପଡ଼ିଛି। ଫଳରେ ଲିଙ୍ଗରାଜ କୋଇଲା ଖଣି ପକ୍ଷରୁ ପାଇପ୍‌ ଯୋଗେ ବ୍ରାହ୍ମଣୀ ନଦୀରୁ ପାଣି ସଂଗ୍ରହ ହୋଇପାରୁନାହିଁ।

ଫଳରେ ଖଣି କାର୍ଯ୍ୟାଳୟ ସହିତ ସମସ୍ତ କଲୋନିକୁ ପାଇପ୍‌ ପାଣି ଯୋଗାଣ ଠପ୍‌ ହୋଇଯାଇଛି।

ଏନେଇ ଆରଡବ୍ଲୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ବୀରବର ବାରିକ କହିଛନ୍ତି, ସମଲ ବ୍ୟାରେଜରୁ ପାଣି ଛଡ଼ାଯାଉ ନ ଥିବାରୁ ବ୍ରାହ୍ମଣୀ ନଦୀ ଜଳସ୍ତର ହ୍ରାସ ପାଇଛି। ଫଳରେ କୋଇଲା ଖଣିର ପମ୍ପ ହାଉସ୍‌ ଯୋଗେ ନଦୀରୁ ଆବଶ୍ୟକ ମୁତାବକ ପାଣି ଟଣାଯାଇପାରୁ ନାହିଁ। ଏଭଳି ସ୍ଥିତିରେ ସମସ୍ତ କଲୋନିକୁ ପାଣି ଯୋଗାଣ ସମ୍ଭବ ହୋଇ ପାରୁ ନାହିଁ ।

ସୂଚନାଥାଉକି,୨୬ଟି କଲୋନୀ ଅଞ୍ଚଳ ପାଇଁ ପ୍ରତିଦିନ ୬୮.୨ ନିୟୁତ ଲିଟର ପାଣି ଆବଶ୍ୟକ ହେଉଛି। ବ୍ରାହ୍ମଣୀ ନଦୀରେ ଜଳ ଅଭାବ ରହିଥିବାରୁ ଏବେ ମାତ୍ର ୧୬.୪୦ ନିୟୁତ ଲିଟର ପାଣି ଯୋଗାଣ ସମ୍ଭବ ହେଉଛି।

Leave A Reply

Your email address will not be published.