Latest Odisha News

BREAKING NEWS

ବଦ୍ରି ପକାଉଛନ୍ତି ଚାପ! ଘଷିପୁରାରେ ପୋଲିସ ବିରୋଧରେ ସୌମ୍ୟ ପଟ୍ଟନାୟକଙ୍କ ବଡ଼ ଅଭିଯୋଗ

କେନ୍ଦୁଝର: ସରଗରମ ଘଷିପୁରା ରାଜନୀତି। ଏଥର ତ୍ରିକୋଣୀୟ ନୁହେଁ ବରଂ ବିଜେଡି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି ବୋଲି କୁହାଯାଉଛି। ଏବେର ଖଣ୍ଡପଡ଼ା ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ମଙ୍ଗଳବାର ପୁଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ଧାରଣା ଦେଇଛନ୍ତି।

ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଶତାଧିକ ସମର୍ଥକଙ୍କ ସହ ଧାରଣାରେ ବସିଥିବା ସୌମ୍ୟ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ଘସିପୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ଚାପରେ ପୁଲିସ ରବିବାର ତାଙ୍କ ୮ ଜଣ ସମର୍ଥକଙ୍କୁ ଗିରଫ କରିଛି।

ଏହା ପୁଲିସର ପକ୍ଷପାତିତାର ଏକମାତ୍ର ଉଦାହରଣ ନୁହେଁ ବୋଲି ସେ କହିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗିରି ପ୍ରତି ପୁଲିସ ନୀରବ ଦର୍ଶକ ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, କୌଣସି ରାଜନୈତିକ ଦଳ ବିରୋଧରେ ନୁହେଁ ବରଂ ବ୍ୟବସ୍ଥା ଓ ଏହାର କାର୍ଯ୍ୟଶୈଳୀ ବିରୋଧରେ ନିର୍ବାଚନ ଲଢୁଛନ୍ତି ବୋଲି ସେ କହିଛନ୍ତି। ତାଙ୍କ ସମର୍ଥକ ଗିରଫ ହେବା ପରେ ଏଠିକାର ବ୍ୟବସ୍ଥାକୁ ଚ୍ଯାଲେଞ୍ଜ କରି ସେ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କୁ ବିତର୍କ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି।

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। କିନ୍ତୁ କିଛି ନେତା ରାଜନୈତିକ ଫାଇଦା ଉଠାଇବା ପାଇଁ ଅପରାଧୀ ଓ ଅସାମାଜିକଙ୍କ ମାଧ୍ୟମରେ ହିଂସାର ସାହାରା ନେଇଛନ୍ତି ବୋଲି ସୌମ୍ୟ କହିଛନ୍ତି।

୨୦୨୨ ମସିହାରେ ରାମଚନ୍ଦ୍ରପୁର ଥାନା ଖଲାଣା ପଞ୍ଚାୟତର ପଞ୍ଚାନନ ସେଠୀଙ୍କ ପୁଅ ସୁନନ୍ଦା ସେଠୀହତ୍ୟା ମାମଲାରେ ପୁଲିସ ତାଙ୍କ ୮ ଜଣ ସମର୍ଥକଙ୍କୁ ଗିରଫ କରିଛି ବୋଲି ସୌମ୍ଯ କହିଛନ୍ତି।

Leave A Reply

Your email address will not be published.